ବାରଙ୍ଗ : ମଞ୍ଚେଶ୍ଵର ରେଳ ଷ୍ଟେସନରେ ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି । ଯୁବକଙ୍କ ପରିଚୟ ମିଳି ପାରିନଥିବା ବେଳେ ତାଙ୍କ ବୟସ ଅନୁମାନ ୪୦ ହେବ। ସେ ଆଖପାଖ ଅଞ୍ଚଳରେ କାର୍ଯ୍ୟ କରୁଥିବା ଅନୁମାନ କରାଯାଉଛି । ଯୁବକ ଜଣକ ଆକାସିଆ ରଙ୍ଗର ପ୍ୟାଣ୍ଟ ଏବଂ ହଳଦିଆ ରଙ୍ଗର ଟିସାର୍ଟ ପିନ୍ଧିଛନ୍ତି । ଅପରାହ୍ନ ୧ ଟା ସମୟରେ ଯୁବକ ଜଣକ ରେଳଷ୍ଟେସନରେ ଟ୍ରେନ ଲାଇନ ଉପରେ ଅପର ପାର୍ଶ୍ଵକୁ ଅତିକ୍ରମ କରୁଥିବା ବେଳେ ହାଓଡ଼ା ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି । ଟ୍ରେନଟି ବେଙ୍ଗାଲୁରୁରୁ ହାୱଡା ଅଭିମୁଖେ ଯାଉଥିଲା । ମଞ୍ଚେଶ୍ଵର ଜିଆରପି ଫାଣ୍ଡି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଭୁବନେଶ୍ୱର ଜିଆରପି ଥାନାରେ ୫୫/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୋଲିସ ତଦନ୍ତ ଜାରି ରଖିଛି ।