
୮୫ ବର୍ଷୀୟ ଶବ୍ଦ ନୃତ୍ୟ କଳାକାର ଭାଗବତ ପ୍ରଧାନ ବରଗଡ଼ ଜିଲ୍ଲାରେ ଜନ୍ମ ଗ୍ରହଣ କରିଛନ୍ତି। ଦୀଘ ପାଞ୍ଚ ଦଶନ୍ଧି ଧରି ଏହି ନୃତ୍ୟ କରି ଏହି କଳାକୁ ଲୋକପ୍ରିୟ କରିବାରେ ବଡ଼ ଭୂମିକା ତୁଲାଇଛନ୍ତି। ସେ ନିଜସ୍ବ ଉଦ୍ୟମରେ ୬୦୦ରୁ ଉର୍ଦ୍ଧ୍ବ କଳାକାରଙ୍କୁ ନୃତ୍ୟ ତାଲିମ ଦେଇଛନ୍ତି। ୧୯୬୦ ମସିହାରୁ ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଆର୍ଥିକ ସଂକଟ ଦେଇ ଜୀବନ ଅତିବାହିତ ହୋଇଥିଲେ ମଧ୍ୟ କଳାର ପ୍ରଚାର ପ୍ରସାର ପାଇଁ କେବେ ଅବହେଳା କରି ନଥିଲେ।