
ତେବେ ସୁରକ୍ଷା ବାହିନୀର ସତର୍କକା ଯୋଗୁଁ ଏକ ବଡ଼ ଆତଙ୍କବାଦୀ ଘଟଣାକୁ ଏଡ଼ାଇ ଦିଆଯାଇଛି । ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରିବା ପାଇଁ ସେନା ବର୍ତ୍ତମାନ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚଳାଇଛି। କେନ୍ଦ୍ର ସରକାର କାଶ୍ମୀରରେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଉପରେ କାର୍ଯ୍ୟ କରୁଛନ୍ତି।
ଏହା ପୂର୍ବରୁ ଜାନୁଆରୀ ୧୨ରେ ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ଭାରତୀୟ ସେନାର ଏକ ଗାଡ଼ି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ପୁଞ୍ଚର ଖାନେତର ଅଞ୍ଚଳରେ ଆତଙ୍କବାଦୀମାନେ ସେନା ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଏହା ପୂର୍ବରୁ ରାଜୌରୀର ଡେରା ରାସ୍ତାରେ ଦୁଇଟି ସାମରିକ ଗାଡ଼ି ଉପରେ ଆକ୍ରମଣରେ ୪ ଜଣ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିଲେ।