Spread the love

 

hospital-5

ଭାଲୁ ଆକ୍ରମଣରେ ବନ କର୍ମଚାରୀ ଆହତ । ଜଙ୍ଗଲ ଭିତରେ ପାଟ୍ରୋଲିଂ କରୁଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ବନକର୍ମଚାରୀ ଆହତ ହୋଇଛନ୍ତି। କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜର ବନପାଳ ବିଶ୍ୱଜିତ ମହାନ୍ତଙ୍କ ସମେତ କିଛି ବନ କର୍ମଚାରୀ ସାତକୋଶିଆ ସଂରକ୍ଷିତ ଜଙ୍ଗଲ କମ୍ପାର୍ଣ୍ଟମେଣ୍ଟ ନମ୍ବର ୧୩ର ଦଲକୀ ମଠ ଜଙ୍ଗଲ ଭିତରୁ ଯାଇଥିଲେ। ହଟାତ ଗୋଟିଏ ଭାଲୁ ଆସି ମହୁଲଡ଼ିହା ସେକ୍ସନର ପ୍ରୋଟେକ୍ସନ ଆସିଷ୍ଟାଣ୍ଟ କର୍ମୁ ମହାନ୍ତଙ୍କୁ ଆକ୍ରମଣ କରିଥିଲା। ଭାଲୁକୁ ସେ ଧକ୍କା ଦେବାରୁ ଭାଲୁଟି ଖସି ପଳାଇଥିଲା। ଆହତ ଅବସ୍ଥାରେ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ତାଙ୍କୁ ଛାଡି ଦିଆଯାଇଛି।

 

Leave a Reply

Your email address will not be published. Required fields are marked *