
ଅପେକ୍ଷା କରନ୍ତୁ, ଖୁବ ଶୀଘ୍ର ଭଲ ଖବର ପାଇବେ ବୋଲି ଅଜୟ କୁମାର କହିଛନ୍ତି । ଏମିତିକି ଆହୁରି ଅନେକ ନେତା କଂଗ୍ରେସ ଦଳରେ ଯୋଗଦେବେ ବୋଲି କହିଛନ୍ତି । ସେପଟେ ଅଜୟ କୁମାରଙ୍କ ସହ ଆଲୋଚନା ନେଇ ମୋକିମ କହିଛନ୍ତି, ସଂଗଠନକୁ ମଜଭୁତ କରିବା ସହ ଦଳର ରଣନୀତି ସମ୍ପର୍କରେ ଆଲୋଚନା ହୋଇଛି । ନିଲମ୍ବନ ପ୍ରତ୍ୟାହାର ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ । ନିଲମ୍ବନ ହଟିବା ସମ୍ପର୍କରେ ଦଳ ନିଷ୍ପତ୍ତି ନେବ ବୋଲି କହିଛନ୍ତି ମୋକିମ ।