Spread the love

 

Anugul__1705921733

କେନାଲରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ଜନ୍ମପରେ କେହି ନାଳରେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ।

ନାଲକୋ ଥାନା ଅନ୍ତର୍ଗତ ହଟିଙ୍ଗ ନିକଟ କେନାଲରେ ନବଜାତ ଶିଶୁ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଏହାପରେ ସ୍ୱେଚ୍ଛାସେବୀ ଚିନ୍ମୟୀ ଦାସଙ୍କୁ ଖବର ଦେଇଥିଲେ। ସ୍ୱେଚ୍ଛାସେବୀ ପହଞ୍ଚି ନାଳରୁ ମୃତ ଶିଶୁଟିକୁ ଉଦ୍ଧାର କରିବା ପରେ ଜଣା ପଡ଼ିଥିଲା ଏହା ଏକ ଶିଶୁପୁତ୍ର ବୋଲି। ଏବିଷୟରେ ପୁଲିସକୁ ଅବଗତ କରାଇଥିଲେ ସ୍ୱେଚ୍ଛାସେବୀ ଚିନ୍ମୟୀ।

ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ସ୍ଥାନୀୟ ଳୋକଙ୍କ ଠାରୁ ଶିଶୁପୁତ୍ରକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଅନୁଗୋଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇଛି।

 

Leave a Reply

Your email address will not be published. Required fields are marked *