
ଉତ୍ସବ ପାଳନ ବେଳର ଫଟୋ ଓ ଭିଡିଓ ସେୟାର୍ କରି ନ୍ୟୁୟର୍କସ୍ଥିତ ଭାରତର କନ୍ସୁଲେଟ୍ ଜେନେରାଲ୍ କହିଛନ୍ତି, ଅଯୋଧ୍ୟାର ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଅବ୍ୟବହିତ ପୂର୍ବରୁ ଟାଇମ୍ସ୍ ସ୍କୋୟାର୍ରେ ଭାରତୀୟ ବଂଶୋଦ୍ଭବମାନେ ବର୍ଣ୍ଣାଢ଼୍ୟ ଉତ୍ସବ ପାଳନ କରିଛନ୍ତି।
ପାରମ୍ପରିକ ଭାରତୀୟ ବେଶପୋଷାକ ସାଜି ସେମାନେ ଆବେଗର ସହିତ ଭଜନ ଓ ଜଣାଣ ଗାୟନ କରିବା ସହିତ ଭାରତୀୟ ସାଂସ୍କୃତିକ ଐତିହ୍ୟ, ଚମତ୍କାରିତା ଓ ଏକତା ପ୍ରଦର୍ଶନ କରିଥିବା କଥା ସେ କହିଛନ୍ତି।
ଫଟୋରେ ଦେଖାଯାଉଛି, ଭାରତୀୟ ବଂଶୋଦ୍ଭବମାନେ ନ୍ୟୁୟର୍କର ଟାଇମ୍ସ୍ ସ୍କୋୟାର୍ରେ ଏକତ୍ର ହୋଇ ‘ଜୟ ଶ୍ରୀରାମ’ ଲେଖାଥିବା ଗୈରିକ ବାନା ଉଡ଼ାଉଛନ୍ତି।