
ତେବେ ଆଜି ସକାଳ ୧୦ଟା ୨୫ ମିନିଟରେ ଅଯୋଧ୍ୟା ଏୟାରପୋର୍ଟରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୦ଟା ୫୫ରେ ରାମ ଜନ୍ମଭୂମି କ୍ଷେତ୍ରରେ ପହଞ୍ଚିବେ । ୧୨ଟା ୫ମିନିଟରୁ ୧୨ଟା ୫୫ ମିନିଟ ପର୍ଯ୍ୟନ୍ତ ଚାଲିବ ପ୍ରାଣପ୍ରତିଷ୍ଠା ରୀତି ନୀତି । ପ୍ରାଣ ପ୍ରତିଷ୍ଠା ପରେ ୭ ହଜାର ଲୋକଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଫୁଲ ଓ ଆଲୋକମାଳାରେ ଝଟକୁଛି ମନ୍ଦିର । ଅଯୋଧ୍ୟାରେ ଦେଶ ବିଦେଶରୁ ଭକ୍ତଙ୍କ ସମାଗମ ହୋଇଛି । କିଏ ଭଜନ କରୁଛି ତ କିଏ କୀର୍ତ୍ତନରେ ନିଜକୁ ହଜେଇ ଦେଇଛି । ୨୩ ତାରିଖରୁ ସର୍ବସାଧାରଣ ରାମଲାଲାଙ୍କ ଦର୍ଶନ କରିବେ ।