
ସୂଚନା ଅନୁସାରେ ଆଜି ମେଣ୍ଡା ଗାଁର ସନ୍ତୋଷ ହାତୀଙ୍କ ଘରକୁ ଅଭିଯୁକ୍ତ ଆସିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ଜଣକ ସନ୍ତୋଷଙ୍କ ସହିତ ଯୁକ୍ତିତର୍କ କରିଥିଲା। ଉଭୟଙ୍କ ମଧ୍ୟରେ କଥା କଟାକଟି ହେବାରୁ ଅଭିଯୁକ୍ତ ଘଟଣାସ୍ଥଳରେ ଥିବା ଏକ କ୍ରିକେଟ୍ ବ୍ୟାଟରେ ସନ୍ତୋଷଙ୍କୁ ଆକ୍ରମଣ କରିଥିଲା। ସନ୍ତୋଷଙ୍କର ମୁଣ୍ଡକୁ ଲକ୍ଷ୍ୟ କରି ପିଟିପିଟି ଜୀବନ ନେଇଥିଲା। ସନ୍ତୋଷଙ୍କୁ ବଞ୍ଚାଇବା ପାଇଁ ଆଉ ଜଣେ ଲୋକ ଆକ୍ରମଣର ଶିକାର ହୋଇଥିଲେ। ସେ ଆହତ ଥିବା ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ରିପୋର୍ଟ ଲେଖାଯିବା ବେଳକୁ ସୂଚନା ପାଇ ପୁଲିସ ଘଟଣାସ୍ଥଳ ଅଭିମୁଖେ ବାହାରିଛି। ପୁଲିସର ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ।