
ସୂଚନା ଅନୁଯାୟୀ ଗ୍ୟାସ ବୋଝେଇ ଟ୍ୟାଙ୍କରଟି ଆଜି କଟକ ଅଭିମୁଖେ ଯାଉଥିବା ବେଳେ ଚଣ୍ଡିଖୋଲ ଛକ ନିକଟରେ ଭାରସାମ୍ୟ ହରାଇ ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଏକ ଘର ଉପରକୁ ମାଡି ଯାଇଥିଲା । ଫଳରେ ଘରର ପାଚେରୀ ସମ୍ପୂର୍ଣ ରୂପେ ଭାଙ୍ଗି ଯାଇଥିଲା । ତେବେ ଏଥିରେ କାହାରି କୌଣସି କ୍ଷତି ହୋଇନି । ଘରଟି ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ଶତପଥୀଙ୍କର ହୋଇଥିବା ବେଳେ ଏଠାରେ ରୋଗୀଙ୍କ ଭିଡି ଦେଖିବାକୁ ମିଳିଥାଏ । ତେବେ ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି । ଖବର ପାଇ ଚଣ୍ଡିଖୋଲ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।