ଛତ୍ରପୁର: ଛାତିଥରା ସିରିଜ ଦୁର୍ଘଟଣା । ଗଞ୍ଜାମ ଜିଲ୍ଲାର ଚମାଖଣ୍ଡି ଛକ ନିକଟ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ୨ ଜଣଙ୍କ ମୃତ୍ୟୁ, ୮ ରୁ ଅଧିକ ଗୁରିତର । ଏକ କାର୍ ୟୁ-ଟର୍ଣ୍ଣ କଲାବେଳେ ପଛରୁ ପିଟିଲା ଟ୍ରକ୍ । କାରକୁ ଧକ୍କା ଦେଇ ୫ଟି ମୋଟରସାଇକେଲକୁ ମଧ୍ୟ ପିଟିଛି ଟ୍ରକ୍ । ଟ୍ରକ୍ ଚକା ତଳେ ୫ ବାଇକ୍ ଚୁରମାର ହୋଇ ଯାଇଛି । ୮ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ । ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ିମୋଟର ଅଟକି ରହିଛି । ଘଟଣା ସ୍ଥଳରେ ଗଞ୍ଜାମ ଏସପି, ଛତ୍ରପୁର ତହସିଲଦାର, ଚମାଖଣ୍ଡି ଥାନା ପୋଲିସ ଓ ଛତ୍ରପୁର ଏସଡିପିଓ ପହଞ୍ଚିଛନ୍ତି ।