
ମହାପ୍ରଭୁଙ୍କ ପାଇଁ ଭକ୍ତ ପ୍ରଦାନ କରିଥିବା ସମସ୍ତ ଜିନିଷକୁ ମହାପ୍ରଭୁଙ୍କ କାର୍ଯ୍ୟରେ ଲଗାଯିବ ବୋଲି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସେବାୟତ ସ୍ପଷ୍ଟ କରିଛନ୍ତି । ଏପରିକି ସଂଗୃହୀତ ଚାଉଳକୁ ନିଯୋଗ ପକ୍ଷରୁ ରଖାଯିବା ସହ ମହାପ୍ରଭୁଙ୍କ ବିଭିନ୍ନ କାର୍ଯ୍ୟରେ ଲଗାଯିବ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି । ଭିନ୍ନ ଭିନ୍ନ ଭକ୍ତଙ୍କଠାରୁ ଅରୁଆ ଚାଉଳ ସଂଗ୍ରହ ହୋଇତିବାରୁ ଚାଉଳର କିସମ ଭିନ୍ନ ଭିନ୍ନ ରହିଛି । ତେଣୁ ଏଥିରେ ଖେଚୁଡ଼ି ଭୋଗ ପ୍ରସ୍ତୁତ କରାଯାଇ ଭକ୍ତଙ୍କୁ ବଣ୍ଟାଯିବ । ସଂଗ୍ରହ ହୋଇଥିବା ଗୁଆ ଶ୍ରୀଜୀଉଙ୍କ ପାଇଁ ପ୍ରସ୍ତୁତ ହେଉଥିବା ବିଡିଆ ପାନରେ ବ୍ୟବହାର କରାଯିବ ।