
ମାମଲାର ବିବରଣୀ ଅନୁସାରେ, ଘଟଣାଟି ୨୦୧୯ ସେପ୍ଟେମ୍ବର ୨ ତାରିଖ ଗଣେଶ ପୂଜା ଦିନ ଘଟିଥିଲା। ସେଦିନ ଅପରାହ୍ନରେ ଖାନନଗର ଅଞ୍ଚଳରେ ପୀଡ଼ିତ ନାବାଳକ ଜଣକ ଖେଳୁଥିଲେ। ଅଭିଯୁକ୍ତ ଚିନ୍ତାମଣି ନାବାଳକଙ୍କୁ ଚକୋଲେଟଟ୍ ଖାଇବାର ଲୋଭ ଦେଖାଇ ନିକଟସ୍ଥ ଏକ ପରିତ୍ୟକ୍ତ ଘରକୁ ନେଇଯାଇଥିଲେ। ସେଠାରେ ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ। ନାବାଳକ ଜଣକ ଘରକୁ ଆସି ମା’ଙ୍କୁ ଘଟଣା ସଂକ୍ରାନ୍ତରେ କହିଥିଲେ। ଏନେଇ ନାବାଳକଙ୍କ ମା’ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମଧୁପାଟଣା ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତ କିଛି ଦିନ ଜେଲରେ ରହିବା ପରେ ଜାମିନ୍ରେ ଆସିଥିଲେ। ପୋଲିସ ଅଦାଲତରେ ଚାର୍ଜସିଟ ଦାଖଲ କରିବା ପରେ ମାମଲାର ବିଚାର ହୋଇଥିଲା। ଅଦାଲତ ୧୨ଜଣ ସାକ୍ଷୀ ଓ ୧୨ଟି ଡକ୍ୟୁମେଣ୍ଟ ଆଧାରରେ ମାମଲାର ବିଚାର କରି ରାୟ ପ୍ରଦାନ କରିଛନ୍ତି। ସରକାରୀ ଓକିଲ ବିଶ୍ୱଜିତ୍ ରାୟ ମାମଲା ପରିଚାଳନା କରୁଥିଲେ।