
କମ୍ପାନି ପକ୍ଷରୁ କୁହାଯାଇଛି କି ସହରରେ ଯେଉଁ ହୋଟେଲ ଖୋଲା ଯାଇଛି ସେଥିମଧ୍ୟରୁ ୫୧ଟି ଓୟୋ ହୋମ ଷ୍ଟେ ଓ ୧୪ଟି ହୋଟେଲ ସାମିଲ ରହିଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମିତ ହେବା ଦ୍ବାରା ଓୟୋ ବ୍ୟବସାୟରେ ଉନ୍ନତୀ ହୋଇଛି।
ସୂଚନାଯୋଗ୍ୟ,ଲୋକମାନଙ୍କୁ ସୁଲଭ ମୂଲ୍ୟରେ ରୁମ୍ ଯୋଗାଉଥିବା ଓୟୋ କମ୍ପାନି ଏବେ ଅଯୋଧ୍ୟାବାସୀଙ୍କ ଘରେ ୬୫ଟି ‘ହୋମ ଷ୍ଟେ’ ସୁବିଧା କରିଛି। ତେବେ ହୋଟେଲ ଓ ଘରମାନଙ୍କରେ ଓୟୋ ଚଲାଇବା ପାଇଁ କମ୍ପାନି କିଛିଦିନ ତଳେ ଅଯୋଧ୍ୟା ବିକାଶ ପ୍ରାଧିକରଣ ଏବଂ ଉତ୍ତରପ୍ରଦେଶ ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମ ସହିତ ସହଭାଗୀ ହୋଇଛି।
ଅନ୍ୟପକ୍ଷରେ ଅଯୋଧ୍ୟାରେ ପହଞ୍ଚୁଥିବା ଭିନ୍ନକ୍ଷମ ଭକ୍ତଙ୍କ ପାଇଁ ଓୟୋ ରେମ୍ପ ସୁବିଧା ସହିତ ୧୫ଟି ହୋମ ଷ୍ଟେ ଖୋଲିଛି। ହୋଟେଲ ହେଉ କି ଘରେ ଗୋଟିଏ ରାତି ରହିବା ପାଇଁ ଗ୍ରାହକଙ୍କୁ ୧୦୦୦ଟଙ୍କା ପୈଠ କରିବାକୁ ପଡ଼ିବ ବୋଲି ଓୟୋର ସ୍ବତନ୍ତ୍ର ନିର୍ଦ୍ଦେଶକ ଦୀପା ମଲିକ କହିଛନ୍ତି।