
ଉଦୟନିଧି ନିଜର ହିନ୍ଦୁ ବିରୋଧୀ ବୟାନ ପାଇଁ ଜଣାଶୁଣା । ପୂର୍ବରୁ ମଧ୍ୟ ସେ ଅନେକ ଥର ହିନ୍ଦୁ ଧର୍ମ ବିରୋଧୀ ବୟାନ ଦେଇଥିଲେ । କିଛି ମାସ ତଳେ ସେ କହିଥିଲେ ଯେ ହିନ୍ଦୁ ଧର୍ମ ଏକ ମ୍ୟାଲେରିଆ ସଦୃଶ । ଏହାର ନିର୍ମୂଳନ କରାଯିବା ଉଚିତ । ତାଙ୍କର ଏହି ବୟାନକୁ ଆଂଶିକ ଭାବେ ସମର୍ଥନ କରିଥିଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ପୁଅ ପ୍ରୟଙ୍କ ଖଡଗେ । ଏହାକୁ ନେଇ ବଡ଼ ବିବାଦ ଦେଖାଯିବା ପରେ କଂଗ୍ରେସ ଏଥିରୁ ନିଜକୁ ଦୂରେଇ ରଖିଥିଲା ।
ସୂଚନାଯୋଗ୍ୟ ଯେ ଆସନ୍ତା ୨୨ ତାରିଖ ସୋମବାର ଦିନ ନବନିର୍ମିତ ରାମ ମନ୍ଦିରରେ ରାମ ଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ସେହିଦିନ ପାଇଁ କେନ୍ଦ୍ର ସରକାର ଅଧାଦିନ ଛୁଟି ଘୋଷଣା କରିଛନ୍ତି ।