
ଫରୱାର୍ଡ ଡିଫେନ୍ସ ଲାଇନ (FDL) ଠାରୁ ପ୍ରାୟ ୩୦୦ମିଟର ଦୂରରେ ଥିବା ୮୦ତମ ଇନ୍ଫେଣ୍ଟ୍ରି ବ୍ରିଗେଡ୍ ଅଧୀନରେ ଥିବା ୧୭ତମ ଶିଖ ଲାଇଟ୍ ବାଟାଲିଅନର ଏରିଆ ଅଫ୍ ରେସପନ୍ସିବିଲିଟି (AOR) ରେ ଏହି ଘଟଣା ଘଟିଛି। ବିସ୍ଫୋରଣ ବେଳେ ଉଭୟ ସେନା କର୍ମଚାରୀ ନିୟମିତ ଭାବେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ ଉପରେ ନଜର ରଖିଥିଲେ।
ଭାରତୀୟ ସେନାର କହିବାକୁ ମୁତାବକ, ଆଜି ସକାଳୁ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଦୁଇ ଯବାନ ଆହତ ହୋଇଥିଲେ। ସେମାନଙ୍କୁ ହେଲିକପ୍ଟର ଯୋଗେ ଏୟାରଲିଫ୍ଟ କରାଯାଇ ଉଧମପୁର କମାଣ୍ଡ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଜଣେ ଯବାନଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଯବାନଙ୍କ ଚିକିତ୍ସା ଜାରି ରହିଛି। ତାଙ୍କ ଅବସ୍ଥା ସ୍ଥିର ରହିଛି।
ଗଣତନ୍ତ୍ର ଦିବସ ଓ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍ଘାଟନ ସମାରୋହ ପୂର୍ବରୁ ଜମ୍ମୁକଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଭାରତ-ପାକିସ୍ତାନ ସୀମା ସମେତା ପୂରା ଜମ୍ମୁକଶ୍ମୀରରେ ସୁରକ୍ଷାକର୍ମୀ ଓ ପୁଲିସକୁ ଆଲର୍ଟ କରାଯାଇଛି।