ଆସନ୍ତାକାଲିଠୁ ଆରମ୍ଭ ହେଉଛି ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା। ଏଥିଲାଗି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। କଂସଙ୍କ ରାଜ ଦରବାର ସମେତ ରଙ୍ଗମହଲ ଓ ବିଭିନ୍ନ ତୋରଣ କାମ ଜୋରସୋରରେ ଆଗେଇ ଚାଲିଛି।
ସେହିପରି ରଙ୍ଗ ମହଲକୁ ନୂଆ ରୂପ ଦିଆଯାଉଛି। ବରଗଡ଼ର ପ୍ରାୟ ୭ କିଲୋମିଟର ପରିଧି ଭିତରେ ୧୪ଟି ମଞ୍ଚରେ ଧନୁଯାତ୍ରା ମହୋତ୍ସବ ଆୟୋଜିତ ହୋଇଥାଏ। କଂସ ଦରବାର, ରଙ୍ଗମହଲ ଓ ନନ୍ଦ ଦରବାରରେ ପ୍ରତିଦିନ ଧନୁଯାତ୍ରାର ଦୃଶ୍ୟଗୁଡ଼ିକ ଅଭିନୀତ ହୋଇଥାଏ।