
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ରାଧାନଗର ଗ୍ରାମର ଜଣେ ବ୍ୟକ୍ତିଙ୍କ ଖଳାରେ ଶିଶୁର କଟା ମୁଣ୍ଡ ଟିକୁ ଏକ କୁକୁର ଖାଉଥିବାର ଦେଖି ଗ୍ରାମବାସୀ ଓ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି କଟା ମୁଣ୍ଡର ମାଂସ ଖଣ୍ଡ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ବଳି ଉଦ୍ଦେଶ୍ୟରେ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ବଳି ଦେବା ପରେ ଶିଶୁର କଟା ମୁଣ୍ଡ ପକାଇ ଦେଇଥିବା ଆଶଙ୍କା କରାଯାଉଛି ।
ତେବେ ଗତକାଲିଠାରୁ ଗ୍ରାମବାସୀ ପୋଲିସକୁ ବାରମ୍ବାର ଖବର ଦେଇଥିବା ସତ୍ତ୍ବେ ମଧ୍ୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବାରେ ବିଳମ୍ବ କରିଥିବା ନେଇ ଅଭିଯୋଗ ହୋଇଛି । ଯାହାଫଳରେ ଉକ୍ତ କଟା ମୁଣ୍ଡଟିକୁ କୁକୁର ଖାଇଦେଇଥିବା ଅଭିଯୋଗ ହୋଇଛି ।