Skip to content

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ପକ୍ଷରୁ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ଓଏସ୍ଏସ୍ଟିଇଟି) ଜାନୁଆରୀ ୧୯ରେ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟରେ ୪୭,୭୪୪ ପରୀକ୍ଷାର୍ଥୀଙ୍କ ନିମନ୍ତେ ୧୬୫ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ହୋଇଛି। ପୂର୍ବାହ୍ଣ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପେପର-୧ ଏବଂ ଅପରାହ୍ଣ ୧ଟା ୩୦ମିନିଟରୁ ୪ଟା ପର୍ଯ୍ୟନ୍ତ ପେପର-୨ରେ ପରୀକ୍ଷା ହେବ। ଶୁକ୍ରବାରଠାରୁ ବୋର୍ଡ ୱେବସାଇଟରେ ପ୍ରବେଶିକା ପତ୍ର(ଆଡମିଟ୍ କାର୍ଡ)ଉପଲବ୍ଧ ହୋଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।