
ନୀଳଗିରି ଗୋପୀନାଥପୁରଠାରେ ସେ ନୂଆ ରେଳଷ୍ଟେସନର ଶୁଭାରମ୍ଭ କରିବେ। ଏହା ସହ ବେତନଟୀରେ ସବ୍ ୱେ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରେଳମନ୍ତ୍ରୀ।ସେହିପରି ବେତନଟୀରେ ପିଆରଏସ୍ ବୁକିଂ ଓ କାଉଣ୍ଟରର ଉଦଘାଟନ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି। ନୀଳଗିରିବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି। ନୀଳଗିରିକୁ ଗଡ଼ିବ ପାସେଞ୍ଜର ଟ୍ରେନ୍। ଆଜି ନୀଳଗିରି ଗୋପୀନାଥପୁରଠାରେ ନୂଆ ରେଳ ଷ୍ଟେସନର ଶୁଭାରମ୍ଭ କରିବେ ରେଳମନ୍ତ୍ରୀ। ଲୋକାର୍ପଣ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ନୂଆ ପାସେଞ୍ଜର ଟ୍ରେନକୁ ଫୁଲରେ ସଜା ଯାଇଛି । କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକ ମଧ୍ୟ ଉପସ୍ଥିତ ରହିବେ। ତିନିଟି ମେମୁ ଟ୍ରେନ୍ ପ୍ରତିଦିନ ଏହି ଲାଇନ୍ ଚାଲିବ। ସେହିପରି ବେତନଟୀରେ ନୂଆର ପିଆରଏସ୍ କାଉଣ୍ଟର ସଂରକ୍ଷିତ ଟିକେଟ୍ ବୁକିଂ ବ୍ୟବସ୍ଥା ଯାତ୍ରୀଙ୍କ ପାଇଁ ଲାଭଦାୟକ ହେବ। ବେତନଟୀ ଷ୍ଟେସନଠାରେ ଅଧିକ ଯାତ୍ରୀ ସୁବିଧା ଓ ନିରାପତ୍ତା ବ୍ୟବସ୍ଥା ପାଇଁ ଏକ ସବ୍-ୱେ ନିର୍ମାଣ କରାଯିବ। ଏହି ଷ୍ଟେସନକୁ ଯାତ୍ରୀମାନଙ୍କ ପ୍ରବେଶ ଓ ପ୍ରସ୍ଥାନ ସୁନିଶ୍ଚିତ କରିବା ସହ ସ୍ଥାନୀୟ ଲୋକେ ରେଳ ଟ୍ରାକ୍ ଅତିକ୍ରମ ନକରି ସବ୍ ୱେ ଦେଇ ଯାତାୟତ କରିପାରିବେ।