
ଜାନୁଆରୀ ୧୨ ରୁ ୧୪ ତାରିଖ ୩ ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀର ଏହି ଦ୍ବିତୀୟ ସଂସ୍କରଣ ଯାଜପୁରର ବ୍ୟାସନଗର ଠାରେ ଅନୁଷ୍ଠିତ ହେଉଥିବା ବେଳେ UNDP, UNESCO, UNHABITAT, UNICEF ପରି ବିଶ୍ୱସ୍ତରୀୟ ସଂଗଠନ ଗୁଡିକର ବିଶେଷଜ୍ଞ ଏବଂ ବିଶ୍ୱସ୍ତରୀୟ କଳାକାରମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି।
ଓଡ଼ିଶା ହେଉଛି କଳା ଏବଂ ହସ୍ତଶିଳ୍ପର ଭୂମି, ଏହା ଆମର ପରିଚୟ ତେଣୁ ଏହି ସମ୍ମିଳନୀ ଆମର ପ୍ରତିଷ୍ଠାକୁ ଆନ୍ତର୍ଜାତୀୟ ସ୍ତରକୁ ନେଇଯିବ । ଏଥିସହ ପର୍ଯ୍ୟଟକଙ୍କ ପାଇଁ ବିଶ୍ୱସ୍ତରୀୟ ହଟସ୍ପଟ୍ ଭାବରେ ବିକାଶ, ଜୀବିକା ନିର୍ବାହ ଏବଂ ନିଯୁକ୍ତି ସୁଯୋଗ ତଥା ନିବେଶକମାନଙ୍କ ପାଇଁ ରାଜ୍ୟକୁ ଆକର୍ଷିତ କରିବା ପାଇଁ ଓଡ଼ିଶା ସରକାର ଆନ୍ତରିକତାର ସହ ଉଦ୍ୟମ କରୁଛନ୍ତି ବୋଲି ମୁଖମନ୍ତ୍ରୀ କହିଛନ୍ତି।