
ସୂଚନା ଅନୁସାରେ ଖଡ଼ିଆଳର ଗୋଟିଏ ହୋଟେଲରେ ବାଘଛାଲ ଡିଲ୍ ଚାଲିଥିଲା। ଏହି ସମୟରେ କୌଣସି ସୁତ୍ରରୁ ଖବର ପାଇ ବନ ବିଭାଗ ଅତର୍କିତ ଚଢାଉ କରିଥିଲା। ଚଢାଉ ବେଳେ ଗୋଟିଏ ବାଘଛାଲ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା।
ସେଇଭଳି ଖଡ଼ିଆଳ-କୋମନା ରାସ୍ତାର ବଡ଼ପୋଲ ବସଷ୍ଟାଣ୍ଡରେ ଚଢାଉ କରି ଆଉ ଗୋଟିଏ ବାଘଛାଲ ସହ ୪ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ। ଗିରଫ ଅଭିଯୁକ୍ତମାନେ ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାର ହୋଇଥିବା ବେଳେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ଖଡିଆଳ ଏସିଏଫ୍ କହିଛନ୍ତି।