
ଏହି କ୍ରମରେ କାଶୀପୁର ଗୋଷ୍ଠୀ ଶିକ୍ଷା ବିଭାଗରେ ମଧ୍ୟ ୨୦୧୨ଏବଂ ୨୦୧୮ ନିଯୁକ୍ତି ସମୟରେ କିଛି ଶିକ୍ଷକ ଜାଲ ପ୍ରମାଣ ପତ୍ର ଜରିଆରେ ଅଦ୍ୟାବଧି କାର୍ଯ୍ୟରତ ଥିବା ବେଳେ ବିଭାଗ ପକ୍ଷରୁ ହେଇଥିବା ତଦନ୍ତରେ ବର୍ତ୍ତମାନ ୪ ଜଣ କାର୍ଯ୍ୟରତ ଶିକ୍ଷକ ଛନ୍ଦି ହେଇଯାଇଛନ୍ତି। ସେମାନେ ହେଲେ ରଘୁନାଥ ମହାପାତ୍ର, ରଘୁନାଥ ବିଡ଼ିକା, ପାଞ୍ଜିମ ମାଝି ଓ ସମ୍ଭୁ କର।ଉକ୍ତ ତଦନ୍ତ ଆଧାର କରି ରାୟଗଡା ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ ଚନ୍ଦ୍ର ବାରିହାଙ୍କର ନିର୍ଦ୍ଦେଶରେ କାଶୀପୁର ବ୍ଲକ ଶିକ୍ଷା ଅଧିକାରୀ ଦୀପ୍ତି ମୟୀ ସିଂ ଆଜି ଦୁଇଜଣ ଶିକ୍ଷକଙ୍କ ବରୋଧରେ ଏକ ଲିଖିତ ଅଭିଯୋଗ ଯଥା କ୍ରମେ କାଶୀପୁର, ଦୋରଗୁଡ଼ା ଓ ଟିକିରି ଭଳି ୩ ଥାନାରେ ଦେଇଥିବା ପ୍ରକାଶ କରିଛନ୍ତି।
କାଶୀପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ପ୍ରାୟ ୨୫ରୁ ଊର୍ଦ୍ଧ୍ବ ଜାଲ ଶିକ୍ଷକ କାର୍ଯ୍ୟରତ ଥିବା ସୂଚନା ପଦାକୁ ଆସୁଥିବାବେଳେ ନିଯୁକ୍ତି ସମୟରେ ସ୍ଥାନୀୟ ପ୍ରାର୍ଥୀଙ୍କୁ ଉପେକ୍ଷା କରି ଅନ୍ୟତ୍ର ପ୍ରାର୍ଥୀଙ୍କୁ ଅହେତୁକ ଅଗ୍ରାଧିକାର ଦେବା ଉପରେ ସନ୍ଦେହ ସୃଷ୍ଟି ହେଉଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।