Spread the love

 

mixcollage-04-jan-2024-05-34-pm-752-1704369906

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଧରାପଡ଼ିଛି ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଜଣେ ସକ୍ରିୟ ସଦସ୍ୟ। ତା’ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।
ଆଜି ଧରାପଡ଼ିଥିବା ଆତଙ୍କବାଦୀର ନାରଁ ଜାଭେଦ ଅହମଦ ମାଟ୍ଟୋ। ଜମ୍ମୁ-କଶ୍ମୀରରେ ଘଟିଥିବା ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପରେ ସେ ସାମିଲ ଥିଲା। ତାକୁ ବେଶ କିଛି ବର୍ଷ ହେଲା ପୁଲିସ ଖୋଜୁ ଥିଲେ ହେଁ ତା’ର କୌଣସି ପତ୍ତା ମିଳି ନଥିଲା। ହେଲେ ଏବେ ସେ ସୁରକ୍ଷାକର୍ମୀଙ୍କ ପଞ୍ଝାରେ ପଡ଼ିଛି।
ଦିଲ୍ଲୀ ପୁଲିସ୍‌ ସ୍ପେଶାଲ ସେଲର ସୂଚନା ଅନୁଯାୟୀ, ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ଜାଭେଦକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍‌ କରିଥିଲା। ବାରମ୍ବାର ରେଡ କରିବା ପରେ ଆଜି ଜାଭେଦ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଛି।
ଜଭେଦର ଘର ଜମ୍ମୁ-କଶ୍ମୀରର ସୋପୋରରେ। ସେ ଏଠାରେ ବେଶ ସକ୍ରିୟ ଭାବେ ହିଜବୁଲ ପାଇଁ କାମ କରୁଥିଲା। ସେ ଏକାଧିକ ଥର ପାକିସ୍ତାନ ଗସ୍ତ ମଧ୍ୟ କରିଥିଲା।
ଗତବର୍ଷ ସ୍ୱାଧୀନତା ଦିବସ ପୂର୍ବରୁ ଜାଭେଦର ଭାଇ ରୟିସ ମାଟ୍ଟୋ ସୋପୋରରେ ଥିବା ତାଙ୍କ ଘରେ ଜାତୀୟ ପତାକା ଉଡ଼ାଉଥିଲେ। ଏହାର ଭିଡିଓ ମଧ୍ୟ ସେତେବେଳେ ବେଶ ଭାଇରାଲ ହୋଇଥିଲା।

 

Leave a Reply

Your email address will not be published. Required fields are marked *