
ଯଦି ଆପଣଙ୍କୁ ଲାଗୁଛି ଯେ ଆପଣ ବଡ଼ ପାଟିରେ ଗର୍ଜନ କରି ଆମକୁ ଡରାଇପାରିବେ, ତା’ହେଲେ ଆପଣ ଭୁଲ୍ କରୁଛନ୍ତି। ଏଭଳି ଘଟଣା ୨୩ ବର୍ଷ ଭିତରେ ହୋଇନାହିଁ ଏବଂ ମୋର କ୍ୟାରିୟରର ଶେଷ ବର୍ଷରେ ମଧ୍ୟ ଏଭଳି ହେବନାହିଁ।’ ସିଜେଆଇ ଏହା କହିବା ଭିତରେ ବି ଉକ୍ତ ଓକିଲ ଜଣକ ତାଙ୍କ ଯୁକ୍ତି ରଖିବାକୁ ପ୍ରୟାସ କରିବାରୁ ସିଜେଆଇ କ୍ରୋଧିତ ହୋଇ କହିଥିଲେ-‘ଚୁପ୍, ଏକଦମ୍ ଚୁପ୍ ରୁହନ୍ତୁ। ଆପଣ ଏବେ ଏହି ଅଦାଲତ ଛାଡ଼ନ୍ତୁ। ଆପଣ ଆମକୁ ଡରାଇପାରିବେ ନାହିଁ।’ ସିଜେଆଇଙ୍କ ଏଭଳି କଡ଼ା ପ୍ରତିକ୍ରିୟା ଦେଖି ଉକ୍ତ ଓକିଲ ତୁରନ୍ତ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ଅଧିକ ବିନମ୍ର ହୋଇ ନିଜ ପକ୍ଷ ରଖିଥିଲେ।
ଏହା ପୂର୍ବରୁ ମଧ୍ୟ କୋର୍ଟ ରୁମ୍ରେ ଓକିଲଙ୍କ ଆଚରଣ ନେଇ ସିଜେଆଇଙ୍କ କଡ଼ା ପ୍ରତିକ୍ରିୟା ରଖିଥିବା ନଜିର ରହିଛି। ୧୬ ଅକ୍ଟୋବର ୨୦୨୩ରେ ଜଣେ ଓକିଲ ମୋବାଇଲରେ କଥା ହେଉଥିବାରୁ ସିଜେଆଇ ରାଗି ଯାଇଥିଲେ ଏବଂ ତାଙ୍କୁ କହିଥିଲେ, ଏହା କ’ଣ ବଜାର କି? ଏହା ସହିତ ତାଙ୍କ ମୋବାଇଲ ନେଇଯିବା ପାଇଁ ନିଜ କର୍ମଚାରୀଙ୍କୁ କହିଥିଲେ। ଏହାପରେ ଉକ୍ତ ଓକିଲ କ୍ଷମା ପ୍ରାର୍ଥନା କରିଥିଲେ। ମାର୍ଚ୍ଚ ୨୦୨୩ରେ ମଧ୍ୟ ପ୍ରଧାନ ବିଚାରପତି ବରିଷ୍ଠ ଆଇନଜୀବୀ ବିକାଶ ସିଂହଙ୍କୁ ଭର୍ତ୍ସନା କରି କୋର୍ଟ ରୁମ୍ରୁ ବାହାରିଯିବାକୁ କହିଥିଲେ। ଏକ ଜମିଜମା ମାମଲାରେ ଶୁଣାଣି ତାରିଖ ନେଇ ଓକିଲ ଉଚ୍ଚ ସ୍ବରରେ ଯୁକ୍ତି କରିବାରୁ ସିଜେଆଇ ରାଗିଯାଇଥିଲେ।