
ସୂତ୍ରରୁ ପ୍ରକାଶ ଯେ କଂଗ୍ରେସର ମେଣ୍ଟ କମିଟି ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଲୋକସଭା ଆସନଗୁଡ଼ିକ ଉପରେ ନିଜର ରିପୋର୍ଟ ପ୍ରଦାନ କରିବାର ସମ୍ଭାବନା ରହିଛି। ରାଜ୍ୟ ୟୁନିଟ୍ ଗୁଡ଼ିକ ସହ ଆଲୋଚନା କରିଥିବା କଂଗ୍ରେସର ଜାତୀୟ ମେଣ୍ଟ କମିଟି ଆସନ୍ତାକାଲି (ବୁଧବାର, ଜାନୁଆରୀ ୩) ଦଳର ସଭାପତି ଖାର୍ଗେଙ୍କୁ ରିପୋର୍ଟ ପ୍ରଦାନ କରିବ। ଏହାପରେ କଂଗ୍ରେସ ନେତୃତ୍ୱ ଆସନ ବଣ୍ଟନ ନେଇ ସହଯୋଗୀ ଦଳମାନଙ୍କ ସହ ଆଲୋଚନା କରିବେ।
ଏହି ଫର୍ମୁଲା ଅନୁସାରେ ଆଗାମୀ ନିର୍ବାଚନ ପାଇଁ ଓଡ଼ିଶାରେ କୌଣସି ଦଳ ସହ ମେଣ୍ଟ କରିବ ନାହିଁ କଂଗ୍ରେସ । ଅର୍ଥାତ୍ ସମସ୍ତ ୨୧ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ କଂଗ୍ରେସ । ସେହିପରି ପଂଜାବରେ କଂଗ୍ରେସ ଓ ଆପ ଅଲଗା ଅଲଗା ଲଢିବେ । ଉତ୍ତରପ୍ରଦେଶରେ ୮ରୁ ୧୦ଟି ଆସନରେ ଲଢିବ କଂଗ୍ରେସ ଓ ସମାଜବାଦୀ ପାର୍ଟି ୬୫ଟି ଆସନରେ ଲଢିବ । ମହାରାଷ୍ଟ୍ରରେ କଂଗ୍ରେସ ୧୮, ଶିବସେନା (ଉଦ୍ଧବ) ଓ ଏନସିପି ୧୫ଟି ଲେଖାଏଁ ଆସନରେ ଲଢିବେ ।