
ସୋମବାର (ଜାନୁଆରୀ ୧) ଏକ ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, ଏହି ଶକ୍ତିମାନେ ଆପଣଙ୍କ ଏକତାକୁ ଶେଷ କରିବାକୁ ଚାହୁଁଛନ୍ତି। ବର୍ଷ ବର୍ଷର କଠିନ ପରିଶ୍ରମ ପରେ ଆଜି ଆମେ ଏଭଳି ସ୍ଥିତିରେ ପହଞ୍ଚିଛୁ। ତେଣୁ ନିଜର ଏକତାର ଶକ୍ତି ବଜାୟ ରଖନ୍ତୁ।
ଓୱେସି କହିଛନ୍ତି, ଯୁବକମାନେ ନିଜର ସମ୍ପ୍ରଦାୟ ପାଇଁ ଚିନ୍ତା ଏବଂ ଶକ୍ତି ବଜାୟ ରଖିବା ଉଚିତ ଏବଂ ମସଜିଦଗୁଡ଼ିକରେ ଏକତ୍ରିତ ହେବା ଉଚିତ୍ । ଏପରି ନ ହେଉ କି ଆମ ମସଜିଦକୁ ଆମଠାରୁ ଛଡ଼େଇ ନିଆଯିବ ।
ସେ କହିଛନ୍ତି, “ମୁଁ ଆଶା କରୁଛି ଆଜିର ଯୁବପିଢ଼ି ନିଜକୁ, ନିଜ ପରିବାରକୁ ଏବଂ ନିଜ ଅଞ୍ଚଳକୁ କିପରି ସୁରକ୍ଷିତ ରଖିବେ ସେ ବିଷୟରେ ଚିନ୍ତା କରିବେ। ଏକତା ହେଉଛି ଏକ ଶକ୍ତି । ତେଣୁ ଏକଜୁଟ ରୁହନ୍ତୁ।“ ସୂଚନାଯୋଗ୍ୟ ଯେ, ଦିଲ୍ଲୀର ସୁନହରୀ ବାଗରେ ଥିବା ମସଜିଦକୁ ଭାଙ୍ଗିବାକୁ ଦିଲ୍ଲୀ ନଗରପାଳିକା ନୋଟିସ ଦେଇଛି ଓ ଏହାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି ।