
ସୂଚନା ମୁତାବକ ଆଜି ବସ୍ତି ବାଓ୍ୱା କେନାଲ ନିକଟରୁ ତାଙ୍କ ମୃତଦେହ ମିଳିଛି। ଦଳବୀର ସିଂହଙ୍କୁ ତାଙ୍କ ପରିଚିତମାନେ ଡ୍ରପ୍ କରିଥିଲେ। ଏହାପରେ ତାଙ୍କୁ ଏକ ଗାଡ଼ି ଧକ୍କା ଦେଇଥିବା କୁହାଯାଉଛି। ଡ୍ରାଇଭିଂ ଲାଇସେନ୍ସ ଓ ଆଇଇଡି ମଧ୍ୟ ଘଟଣାସ୍ଥଳରୁ ମିଳିଛି।
ପୁଲିସ କହିବା ମୁତାବକ, ମୃତଦେହରେ ଅନେକ କ୍ଷତ ଚିହ୍ନ ରହିଛି। ଆଜି ସକାଳ ପ୍ରାୟ ୬ଟାରେ କେନଳା ନିକଟରୁ ତାଙ୍କ ମୃତଦେହ ମିଳିଛି। ତେବେ ଦଳବୀରଙ୍କୁ ଯୋଜନାବଦ୍ଧ ରୂପେ ହତ୍ୟା କରାଯାଇଛି ନା ଏହା କେବଳ ଏକ ଦୁର୍ଘଟଣା ସେ ନେଇ ପୁଲିସ ତଦନ୍ତ ଜାରି ରହିଛି।
ଦଳବୀର ପୁଲିସ ମୁଖ୍ୟ କାର୍ଯ୍ୟାଳୟ ଜାଲନ୍ଧରରେ ନିୟୋଜିତ ଥିଲେ। ଡିଏସ୍ପିଙ୍କ ପରିବାର ଲୋକେ ଦୀର୍ଘ ସମୟ ହେବ ସେ ଘରକୁ ଆସିନଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଛାନଭିନ କରିଥିଲା। ପରିବାର ଲୋକଙ୍କ କହିବା ମୁତାବକ, ଶନିବାର ସନ୍ଧ୍ୟାରେ ସେ ନିଜ ସାଙ୍ଗ ସାଥୀଙ୍କ ସହ ବାହାରକୁ ଯାଇଥିଲେ। ଏହାପରେ ରାତିରେ ସେ ଆଉ ଫେରି ନଥିଲେ। ଆଜି ସକାଳୁ ତାଙ୍କ ମୃତଦେହ ମିଳିଛି।
ଉଲ୍ଲେଖଯୌଗ୍ୟ, ଦଲବୀର ସିଂହ ଓ୍ୱେଟ୍ ଲିଫ୍ଟରେ ଦଲବୀର ସିଂହ ଦେଓଲ ଗୋଲ୍ଡ ମେଡାଲ ହାସଲ କରିସାରିଛନ୍ତି। ୨୦୦୦ ମସିହାରେ ତାଙ୍କୁ ଅର୍ଜୁନ ପୁରଷ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା।