
ଜାପାନ ପାଣିପାଗ ବିଭାଗ ଅନୁସାରେ, ଇଶିକାୱା ଜିଲ୍ଲାର ୱାଜିମା ବନ୍ଦରରେ ୧.୨ ମିଟର ଉଚ୍ଚତାର ସୁନାମୀ ଲହଡି ମାଡ଼ ହୋଇଛି। ସୋଶାଲ ମିଡିଆରେ କ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଟୋୟାମା ସହରରେ ସୁନାମି ଲହଡ଼ି ଉଠୁଥିବା ଦେଖିବାକୁ ମିଳିଛି।
ସେପଟେ ୫ ଫୁଟ ଉଚ୍ଚତାର ସୁନାମି ଲହଡ଼ି ଉଠିବା ଆଶଙ୍କାରେ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଉଦ୍ଧାରକାରୀ ଦଳ ମଧ୍ୟ ସୁନାମି ପ୍ରଭାବିତ ଅଞ୍ଚଳରେ ପହଞ୍ଚିଛି। ସେପଟେ ଭୂମିକମ୍ପ ପରେ ହଜାର ହଜାର ଲୋକଙ୍କ ଘରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି। ପ୍ରଭାବିତ ଅଞ୍ଚଳକୁ ବିମାନ ଉଡାଣ ଓ ରେଳ ଚଳାଚଳ ବନ୍ଦ କରିଦିଆଯାଇଛି।
ଏହାପୂର୍ବରୁ ମାର୍ଚ୍ଚ ୨୦୧୧ରେ ପୂର୍ବୋତ୍ତର ଜାପାନର ସମୁଦ୍ର ଭୂଗର୍ଭରେ ୯.୦ର ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହାପରେ ସେଠାରେ ପ୍ରଳୟଙ୍କାରୀ ସୁନାମି ଆସିଥିଲା। ଏଥିରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ୨୦୧୧ର ସୁନାମି ଫୁକୁସିମା ଆଣବିକ କାରଖାନାରେ ତିନୋଟି ରିଏକ୍ଟରକୁ ମଧ୍ୟ ନଷ୍ଟ କରିଦେଇଥିଲା।