
ଉଦଘାଟନ ପରେ ଇଣ୍ଡିଗୋର ଏକ ବିମାନ ଦିଲ୍ଲୀରୁ ଅଯୋଧ୍ୟା ଯିବାକୁ ଯାତ୍ରା ଆରମ୍ଭ କରିଥିଲା। ଏହି ବିମାନକୁ ପାଇଲଟ ଆଶୁତୋଷ ଶେଖର ଚଳାଇ ଅଯୋଧ୍ୟାରେ ନେଇ ପହଞ୍ଚାଇ ଦେଇଛନ୍ତି। ଏହାର ଏକ ଭିଡିଓ ଏକ୍ସ(ଟୁଇଟର)ରେ ପୋଷ୍ଟ ହୋଇଛି।
ଅଯୋଧ୍ୟା ଯିବାକୁ ଥିବା ଇଣ୍ଡିଗୋ ବିମାନର ପାଇଲଟ କ୍ୟାପଟେନ ଆଶୁତୋଷ ଶେଖର ଯାତ୍ରା ପୂର୍ବରୁ ଯାତ୍ରୀଙ୍କୁ ସ୍ବତନ୍ତ୍ର ଭାବେ ସ୍ବାଗତ ଜଣାଇଥିଲେ। ଯାତ୍ରୀଙ୍କୁ ସ୍ବାଗତ ଜଣାଇ ଆଶୁତୋଷ କହିଥିଲେ, ‘ମୁଁ ଖୁବ ଭାଗ୍ୟଶାଳୀ କି ଇଣ୍ଡିଗୋ ମୋତେ ଏହି ସ୍ବତନ୍ତ୍ର ଯାତ୍ରା ପାଇଁ ଚୟନ କରିଛି। ଏହା ମୋ ପାଇଁ, ଆମ ପାଇଁ ଓ ଆମ ସଂସ୍ଥା ପାଇଁ ଗର୍ବର ବିଷୟ। ଆଶା କରୁଛି ଆମ ସହିତ ଆପଣଙ୍କ ଯାତ୍ରା ମଙ୍ଗଳମୟ ହେଉ। ଜୟ ଶ୍ରୀ ରାମ।’
କେବଳ ପାଇଲଟ ନୁହନ୍ତି ବିମାନରେ ଅଯୋଧ୍ୟା ଯାତ୍ରା କରିଥିବା ପ୍ରତିଟି ଯାତ୍ରୀ ବିମାନରେ ଚଢ଼ିବା ସମୟରେ ହେଉ କିମ୍ବା ଓହ୍ଲାଇବା ପରେ ସମସ୍ତଙ୍କ ମୁଖ୍ୟରୁ ବାହାରିଥିଲା ଜୟ ଶ୍ରୀ ରାମ… ଯାତ୍ରୀଙ୍କ ଜୟ ଶ୍ରୀ ରାମ ଧ୍ବଂନୀରେ ପୂରି ଉଠିଥିଲା ବିମାନ ଓ ବିମାନବନ୍ଦର।