
ରିପୋର୍ଟରେ ଉଲ୍ଲେଖ ଅଛି, ଘଟଣା ଗୃହ ବିବାଦ ଭଳି ଜଣାପଡୁଛି।
ନର୍ଫୋକ୍ ଡିଷ୍ଟ୍ରିକ୍ଟ୍ ଆଟର୍ଣ୍ଣି ମାଇକେଲ୍ ମୋରିସି କହିଛନ୍ତି, ୫୭ ବର୍ଷିୟ ରାକେଶ କମଳ, ତାଙ୍କ ୫୪ ବର୍ଷୀୟ ସ୍ତ୍ରୀ ଟିନା ଓ ସେମାନଙ୍କର ୧୮ ବର୍ଷୀୟ କନ୍ୟା ଆରିଆନାର ଶବ ସନ୍ଧ୍ୟା ପ୍ରାୟ ୭.୩୦ରେ ଡୋବର୍ ଅଟ୍ଟାଳିକାରୁ ଉଦ୍ଧାର କରାଯାଇଛି। ଦିନେ ଦୁଇ ଦିନ ହେବ ସେମାନଙ୍କ ପାଖରୁ ଫୋନ ନ ପାଇବାରୁ ଜଣେ ଆତ୍ମୀୟ ଖବର କ’ଣ ଜାଣିବାକୁ ଆସି ସେମାନଙ୍କୁ ମୃତାବସ୍ଥାରେ ଦେଖିଥିଲେ।