
ଏଭଳି କିଛି ନୂଆ ନିୟମ ଲାଗୁ କରିଛନ୍ତି ଗୁରୁଦ୍ୱାରାର ଶ୍ରୀ ହଜୁର ସାହିବ। ପଞ୍ଜାବ ଗୁରୁଦ୍ୱାରା ସାହିବରେ ଅନନ୍ଦ କରାଜ ବା ବିବାହ ସମୟରେ ଶିଖ୍ କନିଆଁଙ୍କ ପାଇଁ ଡ୍ରେସ୍ କୋଡ୍ ଲାଗୁ କରାଯାଇଛି। ବିବାହ ସମୟରେ କୌଣସି ବି ଶିଖ କନିଆଁ ଭାରୀ ବା ଓଜନରଦାର ଲେହେଙ୍ଗା ପିନ୍ଧିପାରିବେ ନାହିଁ। ସେମାନେ କେବଳ ଗୋଟିଏ ପଞ୍ଜାବୀ ସୁଟ୍ ବା ସାଲଓ୍ୱାର ପିନ୍ଧି ବୁଲିବେ ବା ଫେରା ନେବେ ବୋଲି କୁହାଯାଇଛି। ଶ୍ରୀ ହଜୁର ସାହିବର ଜାଥେଦର କୁଲବିନ୍ଦର ସିଂହ ଆନନ୍ଦ କାରଜ ସମୟରେ ଶିଖ ମହିଳାମାନଙ୍କୁ ଲେହେଙ୍ଗା ପିନ୍ଧିବାକୁ ବାରଣ କରିଛନ୍ତି।
ଶୁକ୍ରବାର ଜାଥେଦର କୁଲବିନ୍ଦର ସିଂହ ଏବଂ ସିଂହ ସାହିବାନୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆନନ୍ଦ-କାରଜ ବା ବିବାହ ବେଳେ ଭାରୀ ଲେହେଙ୍ଗା ପିନ୍ଧି ଫେରା ନେବାରେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ହ୍ରାସ କରିବାକୁ ସିଂହ ସାହିବାନୋ ଏହି ନିଷ୍ପତ୍ତି ନେଇଛନ୍ତି। ଆଧୁନିକ ଫ୍ୟାସନର ଏକ ଅଂଶ ଭାବରେ ବିବାହରେ ପ୍ରଚଳିତ ପୋଷାକ ପିନ୍ଧିବା ଅଭ୍ୟାସକୁ ନିଷେଧ କରାଯାଇଛି। ଶିଖ ମହିଳାମାନଙ୍କୁ ଏଭଳି ପୋଷାକ ପିନ୍ଧିବା ବଦଳରେ ସୁଟ ସାଲୱାର ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରିବାକୁ ମଧ୍ୟ କୁହାଯାଇଛି। ଯଦି ଏହି ନିୟମକୁ ପାଳନ ନ କରାଯାଏ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୁରୁଦ୍ୱାରା କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି। ବୈଠକରେ ବର ଏବଂ ବରର ପରିବାର ସଦସ୍ୟ ଜନସାଧାରଣଙ୍କ ପାଇଁ କରିଥିବା ନିମନ୍ତ୍ରଣ କାର୍ଡରେ ବର ଏବଂ କନ୍ୟାର ନାମ ପଛରେ ସିଂହ କିମ୍ବା କୌର ଉପନାମ ଉଲ୍ଲେଖ କରିବାକୁ ଅନିର୍ବାଯ୍ୟ କରାଯାଇଛି।
ବର୍ତ୍ତମାନ ଏହି ପ୍ରତିବନ୍ଧକ କେବଳ ମହାରାଷ୍ଟ୍ର ନାନ୍ଦେଡ ସମେତ ବିବାହ ସମାରୋହରେ ପ୍ରଯୁଜ୍ୟ ହେବ। ଏହା ସମଗ୍ର ଶିଖ ସମ୍ପ୍ରଦାୟ ପାଇଁ ପ୍ରଯୁଜ୍ୟ ହୋଇପାରିବ ନାହିଁ ବୋଲି କୁହାଯୋଇଛି।