Spread the love

 

z

ଯାଜପୁର : ଯାଜପୁରରେ ଲୁଚିଥିଲା କଶ୍ମୀରର ମୋଷ୍ଟ ୱାଣ୍ଟେଡ୍‌। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୫ ବର୍ଷ ଧରି ନିଜକୁ ଡାକ୍ତର ସଜେଇ ରହୁଥିଲା ସଇଦ ଈଶାନ ବୁଖାରୀ। ଆଜି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ହାତରେ ଧରାପଡ଼ିଛି। ଏସ୍‌ଟିଏଫ୍‌ ତାକୁ ଗିରଫ କରି ତା’ର ଜନ୍ମକୁଣ୍ଡଳି ଘାଣ୍ଟୁଛି। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଆଇଜି ଜୟ ନାରାୟଣ ପଙ୍କଜ।
କଶ୍ମୀର ଖୁପୱାଡାରେ ସଇଦ ଈଶାନ ବୁଖାରୀଙ୍କ ଘର। ସେ ବିଭିନ୍ନ ଅବରାଧୀକ କାର୍ଯ୍ୟରେ ଲିପ୍ତ ରହିଥିଲା। ପାକିସ୍ତାନୀ ଆତଙ୍କବାଦୀଙ୍କ ସହିତ ତା’ର ସମ୍ପର୍କ ରଖିଥିଲା। ଏଥିସହ ବିଭିନ୍ନ ଜାଲିଆତି କାର୍ଯ୍ୟରେ ମଧ୍ୟ ସମ୍ପୃକ୍ତ ଥିଲା। ଯେଉଁଥିପାଇଁ କଶ୍ମୀର ପୁଲିସର ୱାଣ୍ଟେଡ୍‌ ତାଲିକାରେ ଥିଲା ଈଶାନ୍‌। ଏହା ପରେ ସେ କଶ୍ମୀର ଛାଡ଼ି କେରଳ ପଳାଇ ଯାଇଥିଲା। ଆଉ ତା’ପରେ ବଦଳି ଯାଇଥିଲା ଈଶାନ୍‌ର ଚିତ୍ର ଓ ଚରିତ୍ର। ସେ କେତେବେଳେ ନିଜକୁ ସ୍ନାୟୁ ବିଶେଷଜ୍ଞ ଡାକ୍ତରର ପରିଚୟ ଦେଉଥିଲା ତ ଆଉ କେତେବେଳେ ପିଏମ୍‌ଓ ଅଫିସର କର୍ମଚାରୀ। ଆଉ କେତେବେଳେ ନିଜକୁ ସେନା ଡାକ୍ତର ବନାଉଥିଲା। କହିବାକୁ ଗଲେ ବହୁରୂପି ଏଣ୍ଡୁଅଙ୍କ ପରି ଜାଗା ଦେଖି ନିଜେ ପେସା ବଦଳାଉଥିଲା ସଇଦ ଈଶାନ ବୁଖାରୀ।
ସଇଦ ଈଶାନ ବୁଖାରୀ କେବଳ ଜଣେ ବହୁରୂପି ଏଣ୍ଡୁଅ ନଥିଲା, ସେ ଥିଲା ଜଣେ ପ୍ରେମିକ। ସୋଶାଲ ମିଡ଼ିଆରେ ପ୍ରେମ ନିବେଦନ କରୁଥିଲା। ସଇଦ ଈଶାନ ବୁଖାରୀ ଏପରି ଯୋଗ୍ୟତା ଦେଖି ପ୍ରେମରେ ପଡ଼ି ଯାଉଥିଲେ ସୁନ୍ଦରୀ ସୁନ୍ଦରୀ ଯୁବତୀ। ଆଉ ତା’ପରେ ଚାଲୁଥିଲା ପ୍ରେମର ଖେଳ। ଶେଷରେ ପ୍ରେମ, ବିବାହର ରୂପ ନେଉଥିଲା। ଜଣେ କି ଦୁଇ ଜଣ ନୁହେଁ, ମିଳିଥିବା ସୂଚନା ଅନୁସାରେ ସଇଦ ଈଶାନ ବୁଖାରୀ ୬ରୁ ୭ ଜଣଙ୍କୁ ବିବାହ କରିଥିଲା। କଶ୍ମୀର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, କେରଳ, ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଯୁବତୀଙ୍କୁ ସେ ପ୍ରେମ ବିବାହ କରିଥିଲା। ଯାହାର ପ୍ରମାଣ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପାଖରେ ରହିଛି। ୨୦୧୮ ମସିହାରୁ ସଇଦ ଈଶାନ ବୁଖାରୀ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ରହୁଥିଲା। ଏଠାରେ ମଧ୍ୟ ସେ ଜଣଙ୍କୁ ବିବାହ କରିଥିଲା। ତାଙ୍କର ଏବେ ଏଠାରେ ପତ୍ନୀ ଓ ଗୋଟିଏ ଝିଅ ରହିଛି।
କ୍ରାଇମବ୍ରାଞ୍ଚ IG ଜୟ ନାରାୟଣ ପଙ୍କଜଙ୍କ କହିବା ଅନୁସାରେ ସଇଦ ଈଶାନ ବୁଖାରୀଙ୍କ କାର୍ଯ୍ୟକଳା ପ୍ରତି ସନ୍ଦେହ ହେଉଥିଲା। ତେଣୁ ତାଙ୍କ ଉପରେ ପୁଲିସ୍‌ ତୀକ୍ଷିଣ ନଜର ରଖିଥିଲା। ଯାଞ୍ଚ ପରେ ସେ ଜଣେ ଡାକ୍ତର ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା। ଏହା ପରେ ପୁଲିସ୍‌ ତା’ ଘରେ ଚଢ଼ଉ କରି ବହୁ ନକଲି ଡାକ୍ତର ସାର୍ଟିଫିକେଟ, ଆଇ କାର୍ଡ, ଏଟିଏମ୍‌କାର୍ଡ଼, ସିମ୍‌କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିଥିଲା। ୭ ଜଣଙ୍କୁ ବିବାହ କରିଥିବା ସତ୍ତ୍ୱେ ସେ ଅନେକ ଯୁବତୀଙ୍କ ସହିତ ଆପ୍‌ରେ ଚାର୍ଟ କରୁଥିଲା। ପ୍ରେମ ନିବେଦନ କରୁଥିଲା। ଯାହାର ପ୍ରମାଣ ମୋବାଇଲ୍‌ ଓ ଆପ୍‌ରୁ ମିଳିଥିବା। ବର୍ତ୍ତମାନ ସୁଦ୍ଧା ସେ ୬ରୁ ୭ ଜଣଙ୍କୁ ବିବାହ କରିଥିବାର ପ୍ରମାଣ ମିଳିଛି। ସେ ଆହୁରି ଅନେକ ମହିଳାଙ୍କୁ ବିବାହ କରିଥିବା ସନ୍ଦେହ କରାଯାଉଛି। ତାହା ଉପରେ ତଦନ୍ତ ଚାଲିଛି। ପୂର୍ବରୁ ISI ସହିତ ତାଙ୍କର ସମ୍ପର୍କ ରହିଥିଲା। ଏବେ କେମିତି ସମ୍ପର୍କ ରହିଛି, ତାହା ପରେ ତଦନ୍ତ ଚାଲିଛି। ତାହା ସହିତ ପଞ୍ଜାବ ଓ କଶ୍ମୀର ପୁଲିସ୍‌ ସହିତ ଯୋଗାଯୋଗ କରାଯାଉଛି। ପ୍ରମାଣ ମିଳିଲେ ସବୁ ସ୍ପଷ୍ଟ ହେବ ବୋଲି କ୍ରାଇମବ୍ରାଞ୍ଚ ଆଇଜି ଜୟ ନାରାୟଣ ପଙ୍କଜ କହିଛନ୍ତି।

 

Leave a Reply

Your email address will not be published. Required fields are marked *