
ଶ୍ରୀ ମିଶ୍ର କହିଛନ୍ତି, ଇସ୍ପାତ ଜେନେରାଲ ହସପିଟାଲକୁ ମଧ୍ୟ ଚିକିତ୍ସା କରିବାକୁ କୁହାଯାଇଛି। ରାଉରକେଲା ମ୍ୟୁନିସପାଲକୁ ଜଳ ବିଶୋଧନ କରିବା ପାଇଁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଅବଗତ କରିଛି। ପାଣି ପରୀକ୍ଷଣ ପାଇଁ ପାଣି ସଂଗ୍ରହ ହୋଇଛି। ଯେହେତୁ ରାଉରକେଲାର ବିଭିନ୍ନ ସ୍ଥାନରୁ ରୋଗୀ ଚିହ୍ନଟ ହୋଇଛନ୍ତି ଏଣୁ ଜଳ ସଂକ୍ରମିତରୁ ହେବା ଆଶଙ୍କା କରାଯାଉଛି। ଏହା ବ୍ୟତୀତ କୌଣସି ଭୋଜି ଭାତ କିମ୍ବା ଖାଦ୍ୟପେୟରୁ ହେବାର ସମ୍ଭାବନା ଥିବାରୁ ସେଥି ପ୍ରତି ମଧ୍ୟ ତଦନ୍ତ କରିବାକୁ କୁହାଯାଇଛି। ୪ ଜଣଙ୍କର ଏଥିରେ ମୃତ୍ୟୁ ସୂଚନା ମଧ୍ୟ ରହିଛି ହେଲେ ତଦନ୍ତ ହେବା ପରେ ସତ୍ୟ ଜଣାପଡ଼ିବ।
ସୂଚନାଯୋଗ୍ୟ, ଉରକେଲାରେ ଝାଡ଼ାବାନ୍ତି ବ୍ୟାପିବାରୁ ୪ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ଏହାଛଡ଼ା ଶତାଧିକ ଆକ୍ରାନ୍ତ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ୪ ମୃତକଙ୍କ ପରିଚୟ ମିଳିଛି। ସେମାନେ ହେଲେ ପାନପୋଷର ଗ୍ଲାସନ ସାମନ୍ତ(୩୮), ଫୁଲତୋଲି ଗୌଡ଼(୨୩), ଉଦିତନଗରର ଅହଲ୍ୟା ନାୟକ(୭୦) ଏବଂ ନାନସି ଦୁବେ(୭୫)।