Spread the love

 

crick

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରୁ ‘ଟିମ୍‌ ଇଣ୍ଡିଆ’ର ୨ଜଣ ଅଭିଜ୍ଞ ‘ପେସ୍‌ ବୋଲର୍‌’ ମହମ୍ମଦ୍‌ ଶାମି ଓ ଦୀପକ ଚହର ବାଦ ପଡ଼ିଥିବା କଥା ‘ଇଣ୍ଡିଆ ଡୁଟେ’ ରିପୋର୍ଟ କରିଛି।
ରିପୋର୍ଟରେ ଉଲ୍ଲେଖ ଅଛି ଯେ, ମହମ୍ମଦ୍‌ ଶାମିଙ୍କୁ ‘ଟେଷ୍ଟ୍‌ ସିରିଜ୍‌’ରୁ ବାଦ ଦିଆଯାଇଥିବା ବ‌େଳେ ଦୀପକ ଚହର ଆନ୍ତର୍ଜାତିକ ଦିନିକିଆ ଖେଳିବେ ନାହିଁ ବୋଲି ଅନୁରୋଧ କରିଛନ୍ତି।
ଆଜି ଏକ ‘ପ୍ରେସ୍‌ ରିଲିଜ୍‌’ରେ ‘ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ’ ଘୋଷଣା କରିଛି। ‘ଫିଟ୍‌ନେସ୍‌’ କାରଣରୁ ଏହି ୨ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ୍‌ ସିରିଜ୍‌ରୁ ଶାମିଙ୍କୁ ବାଦ ଦିଆଯାଇଛି। ବଳାଗଣ୍ଠିରେ ଲାଗିଥିବା ଆଘାତରୁ ସୁସ୍ଥ ହେଉଥିବା ଶାମିଙ୍କୁ ଏପର୍ଯ୍ୟନ୍ତ ‘ବିସିସିଆଇ’ କ୍ଲିଅରାନ୍‌ସ୍‌ ଦେଇ ନ ଥିବାରୁ ତାଙ୍କୁ ଟିମ୍‌ ଇଣ୍ଡିଆରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ।
ପ୍ରେସ୍‌ ରିଲିଜ୍‌ରେ ‘ବିସିସିଆଇ’ କହିଛି, ଟେଷ୍ଟ୍‌ ସିରିଜ୍‌ରେ ଭାଗ ନେବାକୁ ଥିବା ମହମ୍ମଦ୍‌ ଶାମିଙ୍କ ‘ଫିଟ୍‌ନେସ୍‌’ ବିଷୟରେ ‘ବିସିସିଆଇ ମେଡିକାଲ୍‌ ଟିମ୍‌’ କ୍ଲିଅରାନ୍‌ସ୍‌ ଦେଇ ନାହିଁ। ତେଣୁ, ଏହି ଫା‌ଷ୍ଟ୍‌ ବୋଲର୍‌ଙ୍କୁ ୨ଟି ଟେଷ୍ଟ୍‌ ମ୍ୟାଚ୍‌ରୁ ବାଦ ଦିଆଯାଇଛି।
ସେପଟେ, ଦୀପକ ଚହର୍‌ ‘ବିସିସିଆଇ’କୁ କହିଛନ୍ତି ଯେ, ସେ ଅନୁପସ୍ଥିତ ରହୁଥିବାରୁ ଖେଳି ପାରିବେ ନାହିଁ। ସମ୍ପ୍ରତି ସେ ପାରିବାରିକ ଜରୁରୀ ଘଟଣାରେ ବ୍ୟସ୍ତ ଅଛନ୍ତି।
ଏ ସଂକ୍ରାନ୍ତରେ ‘ବିସିସିଆଇ’ ସୂଚନା ଦେଇଛି ଯେ, ପାରିବାରିକ ସ୍ବାସ୍ଥ୍ୟ ଓ ଡାକ୍ତରୀ ଚିକିତ୍ସାଜନିତ ଜରୁରୀ ଅବସ୍ଥା ପାଇଁ ସେ ଆଗାମୀ ‘ଓଡିଆଇ’ ଖେଳରେ ଅନୁପସ୍ଥିତ ରହିବେ। ତାଙ୍କ ସ୍ଥାନରେ ମନୋନୟନ କମିଟି ଆକାଶ ଦୀପଙ୍କ ନାମ ସୁପାରିସ କରିଛି।

 

Leave a Reply

Your email address will not be published. Required fields are marked *