
ଏହି ଡିଲ୍ ଅନୁସାରେ ଡିସେମ୍ବର ୧୫ରେ ଆଦାନୀକୁ ଆଇଏଏନଏସର ଅଂଶଧନ ହସ୍ତାନ୍ତର ସଂପୂର୍ଣ୍ଣ ହୋଇଛି । ଏହାଫଳରେ ଏଏମଏନଏଲ୍ ବା ଆଦାନୀ ଗ୍ରୁପ ଏବେ ଆଇଏଏନଏସକୁ ନିୟନ୍ତ୍ରଣ କରିବ ଅର୍ଥାତ ଏଣିକି ଆଇଏଏନଏସ ଆଦାନୀ ଗ୍ରୁପର ଏକ ସବସିଡାରୀ ବା ଶାଖା କମ୍ପାନି ଭାବେ ପରିଗଣିତ ହେବ । ଏହି ଅଧିଗ୍ରହଣ ପରେ ଏଣିକି ଆଇଏଏନଏସ ବୋର୍ଡରେ ନିର୍ଦ୍ଦେଶକ ନିଯୁକ୍ତ କରିବାର ଅଧିକାର ଏଏମଏନଏଲ୍ ପାଖରେ ରହିବ । ଏହା ସହିତ ଆଇଏଏନଏସର ପରିଚାଳନା ଦାୟିତ୍ବ ଏଏମଏନଏଲ୍ର ନିୟନ୍ତ୍ରଣରେ ରହିବ ।
ସୂଚନାଯୋଗ୍ୟ ଯେ, ଆଦାନୀ ଗ୍ରୁପ ଗତ ବର୍ଷ ଦେଶର ଲୋକପ୍ରିୟ ଟିଭି ଚ୍ୟାନେଲ୍ ଏନଡିଟିଭିକୁ ଖରିଦ କରିଥିଲା । ଏହି ଡିଲ୍ ଡିସେମ୍ବର ୩୦, ୨୦୨୨ରେ ସଂପୂର୍ଣ୍ଣ ହୋଇଥିଲା । ଏହି ଅଧିଗ୍ରହଣ ପୂର୍ବରୁ ଏନଡିଟିଭି ବୋର୍ଡରୁ ତାହାର ପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ପ୍ରଣୟ ରାୟ ତଥା ତାଙ୍କ ପତ୍ନୀ ରାଧିକା ରାୟ ଇସ୍ତଫା ଦେଇଥିଲେ ।