
ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେସି ବେଣୁଗୋପାଳ କହିଛନ୍ତି, ଆମେ ‘ଦେଶ ପାଇଁ ଦାନ’ ନାମକ ଏକ ଅନଲାଇନ୍ କ୍ରାଉଡଫଣ୍ଡିଂ କାର୍ଯ୍ୟକ୍ରମ ଘୋଷଣା କରୁଛୁ। ୧୯୨୦-୨୧ରେ ମହାତ୍ମା ଗାନ୍ଧୀଙ୍କ ଐତିହାସିକ ‘ତିଲକ ସ୍ୱରାଜ ପାଣ୍ଠି’ରୁ ଅନୁପ୍ରାଣିତ ହୋଇ ଏହାକୁ ଆରମ୍ଭ କରାଯାଉଛି । ଏହାର ଉଦ୍ଦେଶ୍ୟ ହେଉଛି ସମାନସମ୍ବଳ ଓ ସୁଯୋଗ ବଣ୍ଟନ ମାଧ୍ୟମରେ ସମୃଦ୍ଧ ଭାରତ ଗଠନ କରିବା ।
ବେଣୁଗୋପାଳ କହିଛନ୍ତି ଯେ ଆମର ଉଦଘାଟନୀ ଅଭିଯାନ ‘ଡୋନେଟ୍ ଫର ଏ ବେଟର ଇଣ୍ଡିଆ’ ଭାରତୀୟ ଜାତୀୟ କଂଗ୍ରେସର ୧୩୮ ବର୍ଷର ଯାତ୍ରାକୁ ମନେ ପକାଇଛି। ଏହି ୧୩୮ ବର୍ଷକୁ ମନେପକାଇ ୧୩୮ କିମ୍ବା ତାହାର ଗୁଣିତକରେ ଅର୍ଥାତ୍ ୧୩୮୦ ଟଙ୍କା କିମ୍ବା ୧୩,୮୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ରାଶି ଦାନ ପାଇଁ ଅନୁରୋଧ କରାଯିବ । ଏହି ଅଭିଯାନ ପାଇଁ କଂଗ୍ରେସ ଏକ ସ୍ବତନ୍ତ୍ର ଓ୍ବେବସାଇଟ ତିଆରି କରିଛି । ଏହା ସହ କଂଗ୍ରେସର ଅଫିସିଆଲ ସାଇଟରେ ବି ଦାନ କରିହେବ ।