
ସେପଟେ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିବା ପରେ ତୁରନ୍ତ ଆକ୍ସନ ମୁଡ୍କୁ ଆସିଛି ମୁମ୍ବାଇ ପୁଲିସ। ଫୋନ୍ କଲ୍ କରିଥିବା ଅଭିଯୁକ୍ତଙ୍କୁ ପୁଲିସ ଟ୍ରାକ୍ କରିଛି। ସେଥିରୁ ଜଣାପଡିଛି ଯେ, ଅଭିଯୁକ୍ତ ଜଣକ ଜଣେ ଏମ୍ବିଏ ଡିଗ୍ରୀ ଧାରୀ ବୋଲି ଜଣାପଡିଛି। ମୁମ୍ବାଇ ପୁଲିସର ଜଣେ ଅଧିକାରୀ କହିଛନ୍ତି, ଫୋନ୍ କରିଥିବା ବ୍ୟକ୍ତି ଜଣକ ରତନ ଟାଟାଙ୍କ ସୁରକ୍ଷା ବୃଦ୍ଧି କରିବା ଲାଗି ସରକାରୀ କର୍ତ୍ତୃପକ୍ଷମାନଙ୍କୁ ନିବେଦନ କରିଥିଲେ। ତାହା ନ କଲେ ସାଇରସ୍ ମିସ୍ତ୍ରୀଙ୍କ ଭଳି ଦଶା ହେବ ବୋଲି ଧମକ ଦେଇଥିଲେ।
ଫୋନ୍ କରିଥିବା ବ୍ୟକ୍ତି ଜଣକୁ ପୁଲିସ ଟ୍ରାକ୍ କିରଛି। ବିଷୟରେ ଅଧିକ ସୂଚନା ସଂଗ୍ରହ ପାଇଁ ଆଉ ଗୋଟିଏ ଟିମ୍ ଗଠନ କରିଛି ପୁଲିସ। ଉକ୍ତ ବ୍ୟକ୍ତି ଜଣକ କର୍ଣ୍ଣାଟକରେ ଅଛି। ସେ ପୁଣେର ବାସିନ୍ଦା ବୋଲି ମଧ୍ୟ ଚିହ୍ନଟ ହୋଇଛି। ପୁଣେର ଉକ୍ତି ବ୍ୟକ୍ତିଙ୍କ ବାସଭବନରେ ପୁଲିସ ପହଞ୍ଚି ଛାନଭିନ୍ କରିଛି। ଛାନ୍ଭିନ୍ ବେଳେ ଜଣାପଡିଛି ଯେ, ଗତ ୫ ଦିନ ହେବ ଉକ୍ତ ବ୍ୟକ୍ତି ଜଣକ ନିଖୋଜ ଅଛନ୍ତି। ଏନେଇ ତାଙ୍କ ସ୍ତ୍ରୀ ଭୋସାରି ଥାନାରେ ଅଭିଯୋଗ କରିଛନ୍ତି।
ସେ ବ୍ୟକ୍ତି ଜଣକ ମାନସିକ ରୋଗରେ ପୀଡ଼ିତ। ଧମକ କଲ୍ କରିବା ପାଇଁ ସେ ଅନ୍ୟ ଜଣକ ଘରୁ ଫୋନ୍ ଆଣିଥିଲେ ବୋଲି ପରିବାର ଲୋକଙ୍କୁ ପଚରାଉଚରା କରିବା ପରେ ପୁଲିସ ଜାଣିବାକୁ ପାଇଛି। ସେ ମାନସିକ ରୋଗରେ ପୀଡ଼ିତ ଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ପୁଲିସ ସ୍ଥିର କରିଛି।
ସୂଚନାଯୋଗ୍ୟ, ୨୦୨୨ ସେପ୍ଟେମ୍ବର ୪ ତାରିଖରେ କାର୍ ଦୁର୍ଘଟଣାରେ ‘ଟାଟା ସନ୍ସ୍’ର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା।