
ଏହି ଅବସରରେ କୋରାପୁଟ ଜିଲାବାସୀଙ୍କୁ ଉଦ୍ବୋଧନ ଦେଇ ଆଜି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରୁ ଲକ୍ଷ୍ମୀ ବସ୍ସେବା ଆରମ୍ଭ ହୋଇ ଆଜି କୋରାପୁଟରେ ପହଞ୍ଚିଲା। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲାବାସୀ ଲକ୍ଷ୍ମୀ ବସ୍ ସେବା ପାଇଲେ। ଏହି ୬ଟି ଜିଲାର ୧୧୩୧ଟି ପଞ୍ଚାୟତକୁ ଲକ୍ଷ୍ମୀ ବସ୍ ସୁବିଧା ମିଳିଲା। ଏ ସବୁ ଜିଲାର ୬୩ ଲକ୍ଷ ଲୋକଙ୍କ ପାଇଁ ଘର ପାଖରୁ ସେମାନଙ୍କୁ ଯିବା ଆସିବା ପାଇଁ ସୁବିଧା ହେଲା। ଗମନାଗମନ ପାଇଁ ଦୈନନ୍ଦିନ ଅସୁବିଧା ଦୂର ହେବା ସହିତ ଲୋକମାନେ ସୁବିଧାରେ କମ୍ ଖର୍ଚ୍ଚରେ ଯିବାଆସିବା ସୁବିଧା ପାଇପାରିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ରାଜ୍ୟ ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢ଼ୀ, ପରିବହନ ସିଏମ୍ ଦୀପ୍ତେଶ ପଟ୍ଟନାୟକ, ବିଭାଗୀୟ ସଚିବ ଅମିତାଭ ଠାକୁର, ସହକାରୀ ସଚିବ ଲକ୍ଷ୍ମୀକାନ୍ତ ସେଠୀ, ଜିଲାପାଳ ଅବଦୁଲ ଏମ୍ ଅଖତର, ଏସ୍ପି ଅଭିନ ସୋନକାରଙ୍କ ସମେତ ଜିଲାର ସମସ୍ତ ବିଧାୟକ ଓ ବିଜେଡି ଜିଲା ସଭାପତି ଝିନ୍ ହିକ୍କା,ଜିଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଳକା, ଏସ୍ସି ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝି, ଜିଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।