
କଇଁଛଙ୍କ ସୁରକ୍ଷା ରେ ବିପଦ ସୃଷ୍ଟି କଲେ କଡା କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ | ଉଲ୍ଲେଖ ଥାଉ କି ଓଡ଼ିଶାର ସାମୁଦ୍ରିକ ତଟ ଗହୀରମଥା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଅଭୟାରଣ୍ୟ, ଦେବୀ ନଦୀ ମୁହାଣ, ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ, ଋଷିକୁଲ୍ୟା ବନ୍ୟପ୍ରାଣୀ ନଦୀତଟକୁ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ଅଲିଭ ରିଡଲେ କଇଁଛ ଅଣ୍ଡା ଦେବାକୁ ଆସିଥାନ୍ତି। ଚଳିତ ବର୍ଷ ୨୦୨୩ ମାର୍ଚ୍ଚ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ଗହୀରମଥା ଉପକୂଳରେ ଅଣ୍ଡା ଦେବା ପାଇଁ ୫.୧୨ ଲକ୍ଷରୁ ଅଧିକ କଇଁଛ ଓ ଫେବ୍ରୁଆରି ୨୩ରୁ ମାର୍ଚ୍ଚ ୨ ତାରିଖ ମଧ୍ୟରେ ଋଷିକୁଲ୍ୟାଠାରେ ପ୍ରାୟ ୬.୩୭ ଲକ୍ଷ କଇଁଛ ଆସିଥିଲେ। ଏହିପରି ଉଭୟ ଗହୀରମଥା ଓ ଋଷିକୁଲ୍ୟାରେ ପ୍ରାୟ ୧୧ ଲକ୍ଷ ୪୯ ହଜାର ଅଲିଭ୍ ରିଡଲେ କଇଁଛଙ୍କର ସମୂହ ଅଣ୍ଡାଦାନ ହୋଇଥିଲା।