
ପୁଲିସ କମିସନର କହିଛନ୍ତି, ପୁଲିସ ଏକ ବାଇକ୍ ଲୁଟେରା ଗ୍ୟାଙ୍ଗ୍କୁ ଧରିବାରେ ସଫଳ ହୋଇଛି। ଦୁର୍ଦାନ୍ତ ଲୁଟେରା ସାନୁ ସହ ତାର ଦୁଇ ସହଯୋଗୀଙ୍କୁ ନୟାପଲ୍ଲୀ ଥାନା ପୁଲିସ ଗିରଫ କରିଛି। ସାନୁ ବାଇକ ଲୁଟ କରୁଥିବା ବେଳେ ଦୁଇ ସହଯୋଗୀ ବାଇକ କିଣୁଥିଲେ। ଅଭିଯୁକ୍ତଙ୍କ ପାଖରୁ ୨୦ଟି ବାଇକ୍ ଜବତ ହୋଇଛି। ଅଭିଯୁକ୍ତ ସାନୁ ନାମରେ ୨୦ରୁ ଅଧିକ ମାମଲା ରହିଛି। ଅଭିଯୁକ୍ତମାନେ ଚୋରି ବାଇକ୍ରେ ଅପରାଧ ଘଟାଉଥିଲେ। ଚୋରି ବାଇକ୍ଗୁଡିକୁ ଅଳ୍ପ ଟଙ୍କାରେ ବିକ୍ରି କରୁଥିଲେ। ଏମାନେ ପୂର୍ବରୁ କେତେ ବାଇକ୍ ଚୋରି କରି ବିକ୍ରି କରିଛନ୍ତି ସେନେଇ ତଦନ୍ତ ଚାଲିଛି।
ସୂଚନାଯୋଗ୍ୟ, ଭୁବନେଶ୍ୱରର ଗାଡକଣରେ ସିରିଜ ଲୁଟ୍ ହୋଇଛି। ଲୁଟେରାମାନେ ଗୋଟିଏ ଦିନରେ ୫ଟି ଫ୍ଲାଟରୁ ଲକ୍ଷାଧିକ ଟଙ୍କା ସହିତ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଗାଡ଼କଣ ସ୍ଥିତ ସ୍ପେସ ଟାଉନ ଆପାର୍ଟମେଂଟରେ ସୋମବାର ଏହି ସିରିଜ ଲୁଟ ହୋଇଛି।