Skip to content

ଆୟ ବର୍ହିଭୁତ ସମ୍ପତ୍ତି ମାମଲା ରୁଜୁରେ ଓଡିଶା ଭିଜିଲାନ୍ସ ଏକ ନମ୍ବର। ୨୦୨୨ ମସିହାରେ ଦେଶରେ ସର୍ବାଗ୍ରେ ରହିଛି ଓଡିଶା। ଏନସିଆରବି ତଥ୍ୟ ଅନୁଯାୟୀ ଓଡ଼ିଶାରେ ସର୍ବାଧିକ ମାମଲା ରୁଜ୍ଜୁ ହୋଇଛି। ସାରା ଦେଶରେ ୨୦୨୨ ମସିହାରେ ୩୭୨ଟି ଡିଏ ( ଆୟ ବର୍ହିଭୁତ ସମ୍ପତ୍ତି ଠୁଳ) ମାମଲା ହୋଇଛି। ଓଡିଶାରେ ରୁଜ୍ଜୁ ହୋଇଛି ୮୫ ଟି ଡିଏ କେସ। କର୍ଣ୍ଣାଟକରେ ୫୬ ଡିଏ କେସ ହୋଇ ଦ୍ଵିତୀୟ ସ୍ଥାନରେ ରହିଛି। ବିହାରରେ ୪୮ ଟି ଡିଏ କେସ ହୋଇ ତୃତୀୟ ସ୍ଥାନରେ ରହିଛି।