
ସୂଚନାଥାଉ ଯେ ଡିସେମ୍ବର ୨ତାରିଖ ରୁ ୮ ତାରିଖ ଯାଏ ମାଓବାଦୀମାନେ ପିଏଲଜି ସପ୍ତାହ ପାଳନ କରୁଥିବା ବେଳେ ଲାଲ ବ୍ୟାନର ଉପରେ ଧଳା ଅକ୍ଷରରେ ହିନ୍ଦୀ ଭାଷାରେ ଲେଖାଯାଇଛି। ଲାଞ୍ଜିମାର ଓ ସାରାବଙ୍ଗ ସ୍ଥିତ କେନାଲ ନିକଟରେ ମାଓବାଦୀଙ୍କ ଦ୍ଵାରା ମାଓ ବ୍ୟାନର ଲଗାଯାଇଛି। ସାରାବଙ୍ଗ ଗାଁର ଶିବ ମନ୍ଦିର କାନ୍ଥ, ଶ୍ୟାମସୁନ୍ଦର କମ୍ପ୍ଲେକ୍ସ ଏବଂ ମଦଭାଟି ଛକରେ ଗୋଟିଏ ଗୋଟିଏ ଲେଖାଏଁ ମାଓ ବ୍ୟାନର ଲାଗିଥିବା ନେଇ ଗ୍ରାମବାସୀ ଦେଖିଥିବା କହିଛନ୍ତି।
ସାରାବଙ୍ଗ ଗାଁ ରେ ମାଓ ବ୍ୟାନର ଲାଗିଥିବା ନେଇ ଚର୍ଚ୍ଚା ହେବାପରେ ନୂଆପଡ଼ା ଥାନା ଅଧିକାରୀ ଖବର ପାଇ ପୁଲିସ ଟିମ ପହଞ୍ଚି ବିଭିନ୍ନ ସ୍ଥାନରୁ ମାଓ ବ୍ୟାନର ଜବତ କରିଥିବା ଜଣାପଡିଛି। ନୂଆପଡ଼ା ଜିଲ୍ଲାରେ ପୁଣି ମାଓବାଦୀମାନେ ଅଭୟାରଣ୍ୟ ରେ ରହିଥିବା ନେଇ ଚର୍ଚ୍ଚା ହେଉଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓବାଦୀ ଦମନ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ୟାମ୍ପ ଖୋଲି ପୁଲିସ ନିୟୋଜିତ କରି ମାଓବାଦୀଙ୍କ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ତଥାପି ମାଓବାଦୀମାନେ ନିଜର ଜୀବନକୁ ବାଜି ଲଗାଇ ଜଙ୍ଗଲ ଛାଡ଼ି ସହର ଭିତରକୁ ଆସି ବ୍ୟାନର ଲଗାଇ ପୁଲିସକୁ ଏକ ବଡ଼ ଚ୍ୟାଲେଞ୍ଜ କରୁଛନ୍ତି ବୋଲି ଜିଲାରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ନୂଆପଡ଼ା ପୁଲିସ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।