
ଏଥିମଧ୍ୟରୁ ଗଞ୍ଜାମ ଓ କଟକରେ ରୋଗୀ ସଂଖ୍ୟା ଅଧିକ ରହୁଛନ୍ତି। ଓଡ଼ିଶାରେ ୫୦ ହଜାରରୁ କମ୍ ଏଡ୍ସ ରୋଗୀ ଥିବାରୁ ଜାତୀୟ ହାରରେ ଏହା ‘ଗ’ ତାଲିକାରେ ରହିଥିବା ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତିର ପ୍ରକଳ୍ପ ନିର୍ଦ୍ଦେଶକ ଡାକ୍ତର ଉର୍ମିଳା ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ପଞ୍ଜୀକୃତ ହୋଇଥିବା ୮ ହଜାର ୬୭୩ ଜଣ ଏଡ୍ସ ରୋଗୀଙ୍କ ପତ୍ତା ମିଳୁ ନ ଥିବା ଏନ୍.ଏ.ସି.ପି. ତଥ୍ୟରୁ ଜଣାପଡ଼ିଛି।
ତେବେ ନିଜ ପରିଚୟ ଲୁଚାଇବା ପାଇଁ ପଞ୍ଜୀକୃତ ରୋଗୀମାନେ ନିଜର ଫୋନ୍ ନମ୍ବର ଓ ଠିକଣା ଭୁଲ୍ ଦେଇଛନ୍ତି ଏବଂ ଏମାନଙ୍କ ମଧ୍ୟରୁ ଆଉ କିଛି ବାହାର ରାଜ୍ୟକୁ ପଳାଇଥିବାରୁ ସେମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳୁନାହିଁ ବୋଲି ଏନ୍.ଏ.ସି.ପି. ତଥ୍ୟରେ ଦର୍ଶାଯାଇଛି।