Spread the love

 

Kidnap_1701398952

ସ୍କୁଲରୁ ଖୁସି ମନରେ ଘରକୁ ଫେରୁଥିଲେ ଶିକ୍ଷୟିତ୍ରୀ। ମାତ୍ର ବାଟରେ ଘଟିଗଲା ଅଘଟଣ। କିଛି ଅଜଣା ବ୍ୟକ୍ତି ହଠାତ୍‌ ଏକ କାର୍‌ରେ ତାଙ୍କୁ ଜୋର ଜବରଦସ୍ତ ଅପହରଣ କରି ନେଇଗଲେ। ଅପହରଣର ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ହୋଇ ଯାଇଛି। ଏହି ଘଟଣାକୁ ୨ ଦିନ ବିତିବା ପରେ ବି ଅପହୃତା ଶିକ୍ଷୟିତ୍ରୀଙ୍କ ପତ୍ତା ମିଳୁନି। ଏପରି ଏକ ଚାଞ୍ଚଲ୍ୟକର ଘଟଣା କର୍ଣ୍ଣାଟକାର ହାସନ ଅଞ୍ଚଳରେ ଘଟିଛି। ଅପହୃତା ଶିକ୍ଷୟିତ୍ରୀଜଣକ ୨୩ ବର୍ଷୀୟା ଅର୍ପିତା ବୋଲି ଜଣାଯାଇଛି।

ଅର୍ପିତା ହାସନ ଅଞ୍ଚଳର ଏକ ସ୍କୁଲରେ କିଛି ବର୍ଷ ହେବ ଶିକ୍ଷୟିତ୍ରୀ ଭାବେ କାମ କରୁଛନ୍ତି। ଗତ ଗୁରୁବାର ନିଜ ଡ୍ୟୁଟି ସାରି ଅପରାହ୍ନରେ ଅର୍ପିତା ଘରକୁ ଫେରୁଥିଲେ। ମାତ୍ର ବାଟରେ ହଠାତ୍‌ ତାଙ୍କ ନିକଟରେ ଏକ କାର୍‌ ଅଟକିଥିଲା। ଏହାପରେ କାର୍‌ରୁ କିଛି ଯୁବକ ବାହାରି ଜୋରଜବରଦସ୍ତ ଅର୍ପିତାଙ୍କୁ ଟେକି କାର୍‌ ଭିତରକୁ ନେଇ ଯାଇଥିଲେ।

ଏହି ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ରହିଥିବା ବେଳେ ଏହାର ଭିଡିଓ ଏବେ ଭାଇରାଲ ହେଉଛି। ଅର୍ପିତାଙ୍କ ମା’ ଏନେଇ ନିକଟସ୍ଥ ଥାନାରେ ଅଭିଯୋଗ କରିଛନ୍ତି। ଝିଅ ଅପହରଣ ପଛରେ ସେ ରାମୁ ନାମକ ଯୁବକଙ୍କ ହାତ ଥିବା ଅଭିଯୋଗ କରିଛନ୍ତି।

ଅର୍ପିତାଙ୍କ ମା’ଙ୍କ ସୂଚନା ଅନୁଯାୟୀ, ରାମ ଓ ଅର୍ପିତାଙ୍କ ମଧ୍ୟରେ ଦୀର୍ଘ ୪ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। ମାତ୍ର କିଛି ଦିନ ହେଲା ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇ ଯାଇଥିଲା। ତେଣୁ ଏହି କାଣ୍ଡ ରାମୁ ଘଟାଇ ଥାଇ ପାରନ୍ତି ବୋଲି ସେ ପୁଲିସ୍‌ ନିକଟରେ କହିଛନ୍ତି।

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥଇବା ବେଳେ ରାମୁଙ୍କ ପତ୍ତା ପାଇ ପାରିନି।

 

Leave a Reply

Your email address will not be published. Required fields are marked *