
ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଆୟୋଜନ ଅବସରରେ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ଆନୁକୁଲ୍ୟରେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ସାମଗ୍ରୀ ମେଳା ଆୟୋଜନ ହୋଇଛି। କୋଣାର୍କ ଏନ୍ଏସି ପକ୍ଷରୁ ହେଲିପ୍ୟାଡ଼ ପଡିଆରେ ୪ଟି ଅପେରା ପାର୍ଟି ସାମାଜିକ ଓ ଚେତନାଧର୍ମୀ ନାଟକ ପରିବେଷଣ କରିବେ। ସେହିପରି ମିନାବଜାର ମୁଖ୍ୟ ଆକର୍ଷଣ ପାଲଟିବ। ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟୁର ପ୍ୟାକେଜ ବ୍ୟବସ୍ଥା ସହ କୋଣାର୍କ-ବେଳାଭୂମି ମାର୍ଗରେ ଇକୋ ରିଟ୍ରିଟ ମହୋତ୍ସବ ଆୟୋଜନ ହେଉଛି। ଏହାଦ୍ୱାରା ରାଜ୍ୟ ପର୍ଯ୍ୟଟନ ବିଭାଗର ଅର୍ଥନୈତିକ ଅଭିବୃଦ୍ଧି ସହ ଓଡ଼ିିଶା ପର୍ଯ୍ୟଟନ ଶିଳ୍ପ ଭାରତ ତଥା ସମଗ୍ର ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିବ ବୋଲି ପର୍ଯ୍ୟଟନ ଓ ସଂସ୍କୃତିପ୍ରେମୀ ମହଲରେ ଆଲୋଚନା ହେଉଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। କୋଣାର୍କ ଉତ୍ସବ ଅବସରରେ ସୂର୍ଯ୍ୟମନ୍ଦିର ପରିସରରେ ପର୍ଯ୍ୟଟକଙ୍କ ନିମନ୍ତେ ହେଉଥିବା ଲାଇଟ୍ ଆଣ୍ଡ୍ ସାଉଣ୍ଡ ସୋ’ ବନ୍ଦ ରହିବ ବୋଲି ଜଣାପଡ଼ିଛି l