Spread the love

 

ri-2

ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ପୁଣି ଜଣେ ରାଜସ୍ବ ନିରୀକ୍ଷକ। ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ଅଭିଯୁକ୍ତ ହେଲେ ଟାଙ୍ଗରପାଲି ତହସିଲର ତସଲାଡିହି ରାଜସ୍ବ ନିରୀକ୍ଷକ ଲିଲି ଚୌଧୁରୀ।

ସୂଚନା ଅନୁସାରେ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତସଲାଡିହି RI ଲିଲି ଚୌଧୁରୀ ଜମି କିସମ ପରିବର୍ତ୍ତନ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ। ମେଘଡେଗା ଗ୍ରାମର ମନୋଜ ପଟେଲ ନାମକ ବ୍ୟକ୍ତି ନିଜ ଜମିର କିସମ ପରିବର୍ତ୍ତନ କରିବା ପାଇଁ ବାରମ୍ବାର ଗୁହାରି କରି ଆସୁଥିଲେ ହେଲେ ବିନା ଲାଞ୍ଚରେ କାମ ହେବ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଥିଲେ ଲିଲି ଚୌଧୁରୀ। ତାପରେ ମନୋଜ ସୁନ୍ଦରଗଡ଼ ଭିଜିଲାନ୍ସ ଅଫିସକୁ ଯାଇ ଅଭିଯୋଗ କରିଥିଲେ ଏବଂ ଆଜି ଭିଜିଲାନ୍ସ ଅଧିକାରୀ ଦୈତାରି ଘଡେ଼ଇଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବ ଯୋଜନା ମୁତାବକ ଟଙ୍କା ଗ୍ରହଣ ସମୟରେ ମାଡ଼ି ବସିଥିଲା । ଅନ୍ୟପଟେ ARI ଲିଲି ଚୌଧୁରୀଙ୍କ ଶ୍ଵଶୁର ଘର ସର୍ଗିପାଲିରେ ମଧ୍ୟ ଚଢ଼ାଉ ଜାରି ରହିଛି।

 

Leave a Reply

Your email address will not be published. Required fields are marked *