
୨୦୨୫-୨୬ ରେ ଶେଷ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସୁବର୍ଣ୍ଣରେଖା ପ୍ରଥମ ପର୍ଯ୍ୟାୟ ୧୯୮୧-୮୨ ରେ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ପ୍ରକଳ୍ପ ମୂଲ୍ୟ ଥିଲା ୨୮୫ କୋଟି ବର୍ତ୍ତମାନ ତାହା ବଢି ୧୦ ହଜାର ୨୦୯ କୋଟିରେ ପହଁଚିଛି । ୨୦୨୩-୨୪ ରେ କାର୍ଯ୍ୟ ଶେଷ ହେବ । ଦେଓ ଜଳସେଚନ ପ୍ରକଳ୍ପ ୧୯୯୧-୯୨ ରେ ଆରମ୍ଭ ହୋଇଥିବା ବେଳେ ୮୧ କୋଟି ଥିଲା ମୂଳ ପ୍ରକଳ୍ପ ମୂଲ୍ୟ ବର୍ତ୍ତମାନ ତାହା ବଢି ୯୪୧ କୋଟିରେ ପହଁଚିଛି । ୨୦୨୫-୨୬ ସୁଦ୍ଧା କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ରଖାଯାଇଛି । ଅଙ୍ଗ ସମ୍ପ୍ରସାରଣ କାର୍ଯ୍ୟ ୧୯୭୪ ରେ ଆରମ୍ଭ ହୋଇଥିଲା ପ୍ରକଳ୍ପ ମୂଲ୍ୟ ୨୬ କୋଟି ଥିବା ବେଳେ ବର୍ତ୍ତମାନ ତାହା ବଢି ୨୪୨ କୋଟି ରେ ପହଁଚିଛି । ୨୦୨୩-୨୪ ରେ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ରଖାଯାଇଛି । ମହେନ୍ଦ୍ର ତନୟା, କୁସୁମୀ, ରାଜୁଆ, ଘଟକେଶ୍ୱର, କାନପୁର, ଭଳି ପ୍ରକଳ୍ପର ବି ମୂଲ୍ୟ ବଢ଼ିବା ସହ ସମୟ ଗଡ଼ି ଚାଲିଛି । ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନ ରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଏହି ଉତ୍ତର ଦେଇଛନ୍ତି ।