
ଏହି ଅବସରରେ ବିଭିନ୍ନ ଯୋଜନା ଉପରେ ଉଭୟ ମତ୍ସ୍ୟସଂପଦ ଓ ପ୍ରାଣୀ ସଂପଦର ୨୮ଟି ଷ୍ଟଲ୍ ପଡ଼ିଥିଲା। ବାୟୋଫ୍ଲଗ୍ ମାଛ ଚାଷ, ଯାଆଁଳ ଉତ୍ପାଦନର ମଡେଲ୍, ଉନ୍ନତ ଛେଳି ଚାଷ ଆଦି ମେଡଲ୍ର ଲାଇଭ୍ ଡେମୋ ପ୍ରଦର୍ଶିତ ହୋଇଥିଲା। ବୈଜ୍ଞାନିକ ଜ୍ଞାନକୌଶଳ ସଂପର୍କରେ ଚାଷୀମାନଙ୍କୁ ଅବଗତ କରାଯାଇଥିଲା। ସଫଳ ମାଛ ଚାଷୀ ଭାବେ ଡେଲାଙ୍ଗର ମା’ ଛୋଟାପଲ୍ଲୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଯାଆଁଳ ଉତ୍ପାଦନରେ ସଫଳ ଚାଷୀ ଭାବେ ନିମାପଡ଼ା ସୁଜିତ କୁମାର ପ୍ରଧାନ, ସଫଳ ଗାଈ ଫାର୍ମ ପାଇଁ ଡେଲାଙ୍କ ବ୍ଲକର ବାବା ହୁଙ୍କେଶ୍ବରୀ ସ୍ବୟଂ ସହାୟକ ଗୋଷ୍ଠୀ, କଣାସ ବ୍ଲକର ଉନ୍ନୟନାଥ ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ବିବେଚିତ ୪ଜଣ ଚାଷୀଙ୍କୁ ପୁରସ୍କାର ବାବଦକୁ ୫ହଜାର ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇଥିଲା।
ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଭୂତି ରଞ୍ଜନ ରାଉତ, ଅତିରିକ୍ତ ଜିଲ୍ଲା ପ୍ରାଣୀ ସଂପଦ ଅଧିକାରୀ ଡା. ଶରତ କୁମାର ବେହେରା, ଅତିରିକ୍ତ ଜିଲ୍ଲା ପ୍ରାଣୀ ସଂପଦ ଅଧିକାରୀ ଡା. ଜଗବନ୍ଧୁ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଉପଖଣ୍ଡ ପ୍ରାଣୀ ସଂପଦ ଅଧିକାରୀ ଡା. ନୃସିଂହ ଚରଣ ସାହୁ, ଡା. ଗଙ୍ଗାଧର ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ।