Skip to content

ଭୁବନେଶ୍ୱର: ସରକାରୀ ଖାତାରେ ଦାଦନ ସଂଖ୍ୟା ୪୦ ହଜାର ୮୮ । ବିଧାନସଭାରେ ଉତ୍ତର ରଖି ଏହି ତଥ୍ୟ ଦେଇଛନ୍ତି ଶ୍ରମ ମନ୍ତ୍ରୀ। ରାଜ୍ୟରୁ ୪୦ ହଜାର ୮୮ ଜଣ ଶ୍ରମିକ ଅନ୍ୟ ରାଜ୍ୟରେ କାମ କରିବାକୁ ଯାଉଛନ୍ତି। ଲାଇସେନ୍ସ ପ୍ରାପ୍ତ ୬୨୬ ଜଣ ଠିକାଦାର ଜରିଆରେ ଏହି ଶ୍ରମିକମାନେ ବାହାରକୁ ଯାଇଛନ୍ତି। ତେବେ ରାଜ୍ୟରେ ସର୍ବାଧିକ ୨୬ହଜାର ୧୫୧ ଜଣ ଦାଦନ ବଲାଙ୍ଗୀର ଜିଲ୍ଲାରେ ଥିବା ବେଳେ ଗଞ୍ଜାମରେ ୧୪୬୭ ଜଣ ଦାଦନ ବାହାର ରାଜ୍ୟକୁ ଯାଇଛନ୍ତି । ସେହିପରି ନୂଆପଡାରେ ୮୨୦୫ ଦାଦନ ଅଛନ୍ତି। କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ।